ଭୁବନେଶ୍ବର: ଏନ୍ଆଇସି କର୍ମଚାରୀ ସଂଘ ପକ୍ଷରୁ ଶ୍ରୀସତ୍ୟସାଇ ଟ୍ରଷ୍ଟ୍ ସହଭାଗିତାରେ ଏନ୍ଆଇସିର ଓଡ଼ିଶା ରାଜ୍ୟ କେନ୍ଦ୍ର ପରିସରରେ ‘ବୃକ୍ଷଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାର ଚାରା ବଣ୍ଟନ କରାଯାଇଥିଲା। ଟ୍ରଷ୍ଟ୍ ପକ୍ଷରୁ ଆଗାମୀ ୨୦୨୫ ସୁଦ୍ଧା ‘ସାଇ ପ୍ରେମ ତରୁ’ ନାମରେ ୧୦ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି।
ପୂର୍ବରୁ ଟ୍ରଷ୍ଟ୍ର ଏହି ବୃକ୍ଷରୋପଣ ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏନ୍ଆଇସିର ଉପ ମହାନିର୍ଦ୍ଦେଶକ ଅଶୋକ ହୋତା କର୍ମଚାରୀମାନଙ୍କୁ ୨ଶହ ଚାରା ବଣ୍ଟନ କରିଥିଲେ। ସାଇ ପ୍ରେମ ତରୁ ଭୁବନେଶ୍ବର ଜିଲ୍ଲା ଇନ୍ଚାର୍ଜ ଦିଗମ୍ବର ଆଚାର୍ଯ୍ୟ, ରାଜ୍ୟ ରକ୍ତଦାନ ଇନ୍ଚାର୍ଜ ଉମେଶ ବିଶ୍ବାଳ, ଓଡ଼ିଶା ରାଜ୍ୟ ପ୍ରେସ୍ କ୍ଲବ୍ର ସାଧାରଣ ସମ୍ପାଦକ ସନତ ମିଶ୍ର, ଜାତୀୟ ସାମ୍ବାଦିକ କଲ୍ୟାଣ ସମିତିର ସଭାପତି କିଶୋର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।