ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବୃକ୍ଷରୋପଣ

ଭୁବନେଶ୍ୱର: କେଦାରଗୌରୀସ୍ଥିତ ଗୁଆଝର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ସାମ୍ବାଦିକ ଲିଙ୍ଗରାଜ ସାହୁ ଏହାକୁ ପରିଚାଳନା କରିଥିଲେ। ଏଥିରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ବିନୋଦିନୀ ପରିଡ଼ା, ବ୍ରହ୍ମାନନ୍ଦ ପାଢ଼ୀ, ବିଷ୍ଣୁ ଚରଣ ପଣ୍ଡା, ନରେଶ କୁମାର ସାହୁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ତାପସୀ ଦାସ, ତନୁଶ୍ରୀ ଦାସ, ସରିତା ସାହୁ, ଶରତ ଧଳ, ନରହରି ସ୍ୱାଇଁ, ସୌମ୍ୟରଞ୍ଜନ ପ୍ରଧାନଙ୍କ ସମେତ ବହୁ ମୁରବି ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଭିଏସ୍‌ଏସ୍‌ ନଗର ୟୁପି ସ୍କୁଲ୍‌ରେ ବୃକ୍ଷରୋପଣ

ସମ୍ବାଦ ସାହିତ୍ୟଘର ଓ ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦ ପକ୍ଷରୁ ଆଜି ଭିଏସ୍‌ଏସ୍‌ ନଗର ୟୁପି ସ୍କୁଲ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି‌ରେ ବଉଳ, ସୁନାରୀ, ପାସ୍ତା, ଆମ୍ବ, ନିମ୍ବ ଓ ଜାମୁ ଆଦି ଶତାଧିକ ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବଳ, କର୍ପୋରେଟର ପ୍ରଭାସିନୀ ମହାନ୍ତି, ଉନ୍ନୟନ ପରିଷଦର ଉପ ସଭାପତି ଜୟନ୍ତ ପରିଡ଼ା, ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା, ଦୁର୍ଗାପୂଜା ସମିତିର ଉପ ସଭାପତି ନିମାଇଁ ଚରଣ ଦାସ, ସାଧାରଣ ସମ୍ପାଦକ ଶୀତଳ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ମହେଶ୍ୱର ବିଶ୍ବାଳ, ଭୁବନେଶ୍ବରୀ ମନ୍ଦିର କମିଟିର ସାଧାରଣ ସମ୍ପାଦକ ପ୍ରତାପ ନନ୍ଦ, ସ୍କୁଲ ଆଲୁମିନିର ସଭାପତି ଚିନ୍ତାମଣି ବାରିକ, ବରିଷ୍ଠ ନାଗରିକ କୁମୁଦ ମିଶ୍ର, ପ୍ରସନ୍ନ ରଥ, ଧରଣୀଧର ରାଉତ, ରାମଚନ୍ଦ୍ର ସାମଲ, ଧୀରେନ୍ଦ୍ରନାଥ ଦାଶ, ପୁରଞ୍ଜନ ପାଢ଼ୀ, ନିତ୍ୟରଞ୍ଜନ ନନ୍ଦ, ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ପ୍ରଦୀପ୍ତ ପରିଡ଼ା ଓ ଶିକ୍ଷୟିତ୍ରୀ ଚିନ୍ମୟୀ ମହାପାତ୍ର, ମଞ୍ଜୁଶ୍ରୀ ପାଣି, ସୀମା ମହାନ୍ତି, ଅନସୂୟା ରଥ, ରୋଜାଲିନ ଦାସ ଓ ସବିତା କୁମାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ପ୍ରତିନିଧି ଦେବାଶିଷ ପଣ୍ଡା ‌ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର