ଗଛ ଲଗାଇବା ଭଳି ଯତ୍ନ ନେବା ଗୁରତ୍ବପୂର୍ଣ୍ଣ

‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ବର: ଗଛଟିଏ ଲଗାଇବାଠାରୁ ବଡ଼ ହେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଅଧିକ ଗୁରୁତ୍ବପୂର୍ଣ୍ଣ। ତେବେ ଯାଇ ଗଛ ଲଗାଇବାର ପ୍ରକୃତ ଉଦ୍ଦେଶ୍ୟ ପ୍ରତିପାଦିତ ହୋଇପାରିବ। ଦରିଆ ଅନୁଷ୍ଠାନ ସହଯୋଗରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଆଜି ଏପରି କହିଛନ୍ତି।

ଉତ୍କଳ ସମ୍ମିଳନୀ ଭୁବନେଶ୍ବର ଶାଖାର ସଂପାଦକ ଅଶୋକ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଲେ ଯେ କରୋନା ମହାମାରୀ ଆମକୁ ପ୍ରକୃତି ଓ ପରିବେଶ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ଶିକ୍ଷା ଦେଇଛି। ଆମକୁ ପ୍ରକୃତିକୁ ସମ୍ମାନ ଦେବା ସହ ଏକ ସୁନ୍ଦର ପରିବେଶ ସୃଷ୍ଟି କରି ଭଲ ପୃଥିବୀ ଗଠନ କରିବାକୁ ପଡ଼ିବ। ‘ଦରିଆ’ର ଅଧ୍ୟକ୍ଷା କାନ୍ତା ମହାନ୍ତି ‘ସମ୍ବାଦ ସାହିତ୍ୟଘର’ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ମଧ୍ୟ ଏଥିରେ ଯୋଗଦେଇ ମତ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ୧୨୦ଟି ଚାରାରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ମନୋଜ ବିଶ୍ବାଳ, କୋଷାଧ୍ୟକ୍ଷ ଅଜୟ ପ୍ରଧାନ, ସଦସ୍ୟ ଆଶିଷ କୁମାର ମହାନ୍ତି, ତ୍ରିନାଥ ଭୂୟାଁ, ବିଶ୍ବଜିତ୍‌ ସାହୁ, ଶିବପ୍ରସାଦ ମିଶ୍ର, ଉତ୍କଳ ସମ୍ମିଳନୀ ଭୁବନେଶ୍ବର ଶାଖାର ଅନନ୍ତ ପ୍ରସାଦ ଜେନା, ସଂଯୁକ୍ତା ମହାନ୍ତି, ଅଶୋକ ମଲ୍ଲିକ, ଅମୂଲ୍ୟ ଦାସ, ସବୁଜ ଭାରତର ସତ୍ୟବ୍ରତ ଜେନା, ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିକ୍ରମ ବେହେରା, ମୃତ୍ୟୁଞ୍ଜୟ ମହାପାତ୍ର, ଶିକ୍ଷୟିତ୍ରୀ ସ୍ବପ୍ନା ସାମଲ, ସ୍ବପ୍ନା ଭୋଇ, ଶୁଭଲକ୍ଷ୍ମୀ ନାୟକ, ରାକ୍ଷୀ ମହାନ୍ତି, ସୁନାନ୍ତୀନି ସାହୁ, ବିଦ୍ୟାଳୟର କର୍ମଚାରୀ ବିଭୂତି କୁମାର ସିଂ, ବାସନ୍ତୀ ପାଇକରାୟ, ଅମରେନ୍ଦ୍ର ପଣ୍ଡା, ଛାତ୍ର ଏମ୍‌ ଶ୍ରୀନିବାସ, ଏନ୍‌. ରାଜୁ, ଜି. ରାଜୁ, ପବିତ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ର ସାମ୍ବାଦିକ ବିବୁଧ ମହାନ୍ତି ଓ ଶୁଭ୍ରଜିତ୍‌ ବଳିଆରସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର