ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟସ୍ତରୀୟ ସାଇ ସବୁଜିମା

ବାଲିପାଟଣା: ଶ୍ରୀସତ୍ୟସାଇ ସେବା ସଂଗଠନ ରାଜ୍ୟ ଶାଖା ତରଫରୁ ବାଲିପାଟଣା ବ୍ଲକ ପର୍ଯ୍ୟଟନ କ୍ଷେତ୍ର ଗାରେଡ଼ିପାଞ୍ଚଣର ଶ୍ରୀଶ୍ରୀ ବୁଦ୍ଧାନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଏକ ସାଇ ସବୁଜିମା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସତ୍ୟସାଇ ସେବା ସମିତି ବାଲିପାଟଣା ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ଦିର ବେଢ଼ାରେ ବେଲ, ବଉଳ, କୃଣ୍ଣଚୂଡ଼ା, ପଣସ, ଦେବଦାରୁ ସମେତ ବହୁ ମୁଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂଯୋଜକ ଦେବାଶିଷ ସୁବୁଦ୍ଧି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ସୁବ୍ରତ ରାଉତ, ରଜନୀକାନ୍ତ ଦାଶ, ଶିବଚରଣ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ହେମନ୍ତ ଦାଶ, ଗୋଲକ ବିହାରୀ ସ୍ୱାଇଁ, ବାହାନ ଭୋଇ, ଶକ୍ତି ପ୍ରସାଦ ଦାଶ, ବସନ୍ତ କୁମାର ଭୋଇ, ଗୋପନ ପରିଡ଼ା, ଜଗଜୀବନ ପରିଡ଼ା, ମିଲନ ରାଉତ, ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ସତାଧିକ ସାଇ ସେବକ ଏହି କାର୍ଯ୍ୟକ୍ରମ‌ରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର