ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ଖଣ୍ଡଗିରି: ସୁବାସନଗରସ୍ଥିତ ଭକ୍ତ କବି ମଧୁସୂସୁଦନ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ୩୦ଟି ଚାରା ରୋପଣ କରାଯାଇଛି। ଯଦି ଆଜି ଗଛ ଲଗାଇବା ନାହିଁ, ତେବେ ଆଗକୁ ଆମେ ନିଜେ ବଞ୍ଚିବା କଷ୍ଟକର ହୋଇପଡ଼ିବ ବୋଲି ପ୍ରଧାନ ଶିକ୍ଷକ ମଧୁସୂଦନ ନାୟକ କହିଥିଲେ। ତେଣୁ ବୃକ୍ଷରୋପଣ ପ୍ରତି ସମସ୍ତେ ସଚେତନ ହେବା ବର୍ତ୍ତମାନର ଆହ୍ବାନ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ନମିତା ସାହୁ, ରୋଜାଲିନ ନାୟକ, ଗୀତାରାଣି ପ୍ରଧାନ, ସରସ୍ଵତୀ ସାହୁ, ଅମିତା ସାହୁ, ପିଙ୍କି ବିଶ୍ଵାଳ, ମାନିନୀ ରାଉତ, ରଶ୍ମିତା ମହାରଣା, ଗୀତାଞ୍ଜଳି ରାଉତ, ରଞ୍ଜନା ପରମାଣିକ, ସୁଷମା ମହାନ୍ତି , ସୁକାନ୍ତି ମହାରଣା, ସୁକାନ୍ତି ପାତ୍ର , ପୂଜା ବେହେରା, ଅନ୍ତର ଡାକୁଆଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସାମ୍ବାଦିକା ଗାର୍ଗୀ ଶତପଥୀ ଓ ହରପ୍ରିୟା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୨୦୦ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ

ବାଲିଅନ୍ତା: ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପ୍ରତାପଶାସନ ପଞ୍ଚାୟତ ଅଧୀନ ଜାମୁ‌ତୋଟାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟ ରାସ୍ତାକଡ଼ ଓ ନିକଟସ୍ଥ ନଦୀବନ୍ଧ ରାସ୍ତାକଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‌ଏହି ଅବସରରେ ପିଜୁଳି, ନିମ୍ବ, ଆକାଶିଆ, ବଉଳ ଆଦି ବିଭିନ୍ନ କିସମର ଗଛ ଲଗା ଯାଇଥିଲା। ଏଥିସହିତ ୨୦୦ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା। ନିଜ ନିଜର ଘରବାଡ଼ିରେ ପ୍ରତି ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ଗଛ ଲଗାଇବାକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ଏହାକୁ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଉପଲକ୍ଷେ ଆୟୋଜିତ ଜନ ସଚେତନତା ସଭାରେ ପ୍ରଧାନ ଆଚାର୍ଯ୍ୟ ସର୍ବେଶ୍ବର ରଣସିଂହ, ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ୍ତ ଜେନା, ସଂପାଦକ ଚୈତନ୍ୟ ସାହୁ ଓ କମିଟି ସଭାପତି ଶଙ୍କର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଗାମୀ ବର୍ଷରେ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁରୁ ମା’ ମମତା ମଞ୍ଜରୀ ସାହୁ, ବନ୍ଦିତା ଦାଶ, ସସ୍ମିତା ତ୍ରିପାଠୀ, ସବିତା ସେନାପତି , ଅପରାଜିତା ପ୍ରିୟଦର୍ଶିନୀ, ଅସିତ ମହାନ୍ତି, ସବ୍ୟସାଚୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର