‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ: ସବୁଜିମା ସହର ପାଇଁ ସଭିଁଙ୍କ ଉଦ୍ୟମ ଲୋଡ଼ା

ଚନ୍ଦ୍ରଶେଖରପୁର: ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଲାଗି ଭୁବନେଶ୍ବରରୁ ବିଶାଳ ଗଛ କାଟି ଦିଆଯାଉଛି। ନୀଳାଦ୍ରି ବିହାର ନୂଆ ରାସ୍ତା ହେଉ କି ବିଧାୟକଙ୍କ କୋଠା; ଶହଶହ ସଂଖ୍ୟାରେ ଗଛ ବଳି ପଡ଼ୁଛି। ଏହା ଭବିଷ୍ୟତ ପିଢ଼ିଙ୍କ ଲାଗି ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। ଯେତିକି ଗଛ କଟାଯାଇଛି ତାହାର କିଭଳି ଭରଣା କରାଯିବ ଏବଂ ଉପକଣ୍ଠରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ, ସେଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ। ଗୋଟିଏ କି ଦୁଇଟି ସଂସ୍ଥା ନୁହେଁ, ସଭିଁଏ ମିଳିମିଶି ଉଦ୍ୟମ କଲେ ଭୁବନେଶ୍ବର ପୁଣିଥରେ ସବୁଜିମାପୂର୍ଣ୍ଣ ହୋଇପାରିବ ବୋଲି ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଲେଡି ପ୍ରୋଟେକ୍ଟ ଟିମ୍‌ ଟ୍ରଷ୍ଟ ସହାୟତାରେ ଚନ୍ଦକା ଅଞ୍ଚଳରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ କହିଛନ୍ତି।

ଚନ୍ଦକା ନିକଟରେ ନୂତନ ଭାବେ ନିର୍ମାଣ ହେଉଥିବା ଗୋଶାଳାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଚନ୍ଦକା ସମେତ ପଟିଆ, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଦାରୁଠେଙ୍ଗ, ଅଳସୁଆ, ପଥରଗାଡ଼ିଆ, ପ୍ରଶାନ୍ତିବିହାର ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସମାଜସେବୀ, ମହିଳା, ଯୁବକ ଯୁବତୀ ସାମିଲ ହୋଇ ଶତାଧିକ ଚାରାରୋପଣ କରିଥିଲେ। ବର୍ତ୍ତମାନ ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିମ୍ବ, ଜାମୁ, ଅର୍ଜୁନ, ଶାଗୁଆନ୍‌, ବଉଳ, ଓସ୍ତ ଆଦି ବୃକ୍ଷ ଚାରା ରୋପଣ କରାଯାଇଛି। ଟ୍ରଷ୍ଟ ସଭାପତି ରମାକାନ୍ତ ସ୍ବାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ସହ ସମ୍ପାଦକ ପ୍ରଭାସିନୀ ନାୟକ, ପ୍ରୀତିନନ୍ଦା ଖିଲାର, ପ୍ରଜ୍ଞାପାରମିତା, ପ୍ରଜ୍ଞାସ୍ମିତା ଦାଶ, ଶୁଭ୍ରଜିତ ମହାନ୍ତି, ଶରତ ସାହୁ, ଆଶିଷ ସାହୁ, ଚନ୍ଦ୍ରକାନ୍ତ ପାଲ, ଦେବଦତ୍ତ ରାଉତ, ଅରୁଣ ନାଥ, କ୍ରିଷ୍ଣା ନାୟକ, ଶିକ୍ଷାବିତ୍‌ ସୁଶାନ୍ତ ଦାଶ, ସମାଜିକ କର୍ମୀ, ଅନିଲ୍‌ ପ୍ରଧାନ, ଜ୍ୟୋତିରଞ୍ଜନ ଦାସ, ବୁଦ୍ଧିଜୀବୀ ସରୋଜ ସାହୁ, ଫକୀର‌ ମୋହନ ଧଳ, ‘ସମ୍ବାଦ’ର ସାମ୍ବାଦିକ କେଶବ ପାଣି, ବିଦ୍ୟାଧର ବାରିକ, ଦେବବ୍ରତ ଷେଣ୍ଢ, ସନ୍ତୋଷ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର