ଭୁବନେଶ୍ବର: ଓୟୁଏଟି ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଓୟୁଏଟି କଲୋନିରେ ବୃକ୍ଷରୋପଣ ଓ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗତକାଲି ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓୟୁଏଟି କୁଳପତି ଡ.ପୱନ କୁମାର ଅଗ୍ରୱାଲ, କୁଳସଚିବ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ସଂଘର ସଭାପତି, ସଂଘର ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ୨୦୦ଚାରା ଏହି କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିଲା। ସଂଘର ସମ୍ପାଦକ ଜ୍ୟୋତି ରଞ୍ଜନ ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/4cbeb2a7-8cd0-43a5-9444-984fa0084d9f.jpg)