ଚନ୍ଦ୍ରଶେଖରପୁର: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ‘ସମ୍ବାଦ’ ମହାନଗର ଟିମ୍ ସହଯୋଗରେ ଶିଖରଚଣ୍ଡୀ ପାଦଦେଶରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ପଟିଆ, ଚନ୍ଦ୍ରଶେଖରପୁର, ଦାରୁଠେଙ୍ଗ, ଅଳସୁଆ, ପଥରଗାଡ଼ିଆ, ପ୍ରଶାନ୍ତିବିହାର, କାନନବିହାର, ଡମଣା, ଈଶାନେଶ୍ବର ଓ ପଣ୍ଡାପାର୍କ ଅଞ୍ଚଳର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ଯୁବକ ଯୁବତୀମାନେ ସାମିଲ ହୋଇ ୩୦୦ରୁ ଅଧିକ ଔଷଧୀୟ ଚାରାରୋପଣ କରିଛନ୍ତି। ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଉତ୍ସାହିତ କରିଥିଲେ।
ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସଭାପତି ତଥା ଉତ୍ତର ଭୁବନେଶ୍ବର ଭସାଣି କମିଟି ଉପଦେଷ୍ଟା ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗଦେଇ ଭାଷା, ସାହିତ୍ୟର ବିକାଶ ସହ ପରିବେଶ ସୁରକ୍ଷା ଦିଗରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଏମ୍ସି ୧ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ ‘ସମ୍ବାଦ’ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
‘ସମ୍ବାଦ’ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସଙ୍କ ସମେତ ସାହିତ୍ୟିକ ଶରତ ନାୟକ, ମା’ ଶିଖରଚଣ୍ଡୀ ପରିଚାଳନା କମିଟି, ପ୍ରଶାନ୍ତି ବିହାର ‘ଦି କ୍ଲବ’, ସାଇଶକ୍ତି ଟ୍ରଷ୍ଟ ପଟିଆ, କଳିଙ୍ଗ ଯୁବ ସେନା, ଲଙ୍ଗଳେଶ୍ବର ସତ୍ସଙ୍ଗବିହାରର ସତ୍ସଙ୍ଗୀବୃନ୍ଦ ଗୁରୁ ଭାଇ ଋତିକ୍ ଚକ୍ରଧର ଜେନା, କାହ୍ନୁ ଚରଣ ପାଣିଗ୍ରାହୀ, ଭୂବନମୋହନ ଜେନା, ବୁଦ୍ଧିରାମ ଦାସ, ଜୟରାମ ସାହୁ, ଗୁରୁ ପ୍ରସନ୍ନ ବାରିକ, ସମ୍ପାଦକ ସଞ୍ଜୟ ପାତ୍ର, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପାଧ୍ୟକ୍ଷ କାର୍ତ୍ତିକ ସାହୁ, ଅନୁପମା ସାହୁ, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ଓନର୍ସ ଆସୋସିଏସନ୍ ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଅଭୟ କୁମାର ନାୟକ, କାର୍ଯ୍ୟକାରୀ ସଦସ୍ୟ ରମେଶ ଚନ୍ଦ୍ର ବାରିକ, ଏଲ୍ପି ଟିମ୍ ଉପଦେଷ୍ଟା ସଦାନନ୍ଦ ଦାସ, ସଭାପତି ରମାକାନ୍ତ ସ୍ବାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ପ୍ରୀତିନନ୍ଦା ଖିଲାର, ନବକିଶୋର ତ୍ରିପାଠୀ, ଡା. ସୁବାଶିଷ, ନ୍ୟୁ ଭୁବନେଶ୍ବର ପ୍ରେସ୍ କ୍ଲବ ସଭାପତି ସ୍ମରଜିତ୍ ଆର୍ଯ୍ୟ, ଉପଦେଷ୍ଠା ରଶ୍ମିତା ଖଟୁଆ, ଆବାହକ ସୁକାନ୍ତ ରାଉତ, କଳିଙ୍ଗ ସିନେ ଆର୍ଟ୍ସ ଫାଉଣ୍ଡେସନ୍ ସଭାପତି ସୁଶାନ୍ତ ଦାସ, ସଭ୍ୟ ସୁମନ୍ତ ଭୋଇ, ବିନୋଦ ଭୋଇ, ଚଳଚ୍ଚିତ୍ର ନିର୍ଦ୍ଦେଶକ ରାକେଶ ସାମଲ, ‘କେୟାର ୱାର୍ଲଡ୍’ର ନବକିଶୋର ଚୌଧୁରୀ, ଯୁବନେତା କାଳୀଚରଣ ସିଂ, ମିଟୁ ରାଉତ ପ୍ରମୁଖ ଯୋଗଦେଇଥିଲେ।‘ସମ୍ବାଦ’ର ବରିଷ୍ଠ ସମ୍ବାଦିକ କେଶବ ପାଣି, ବିଦ୍ୟାଧର ବାରିକ, ବିଭୂତି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।