ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର: ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ଆଜି ପାତ୍ରପଡ଼ା ଉଦୟଗିରି ବିହାରସ୍ଥିତ ସିଦ୍ଧମହାବୀର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ‘ଲଗେଇବା ଚାରା ହସିବ ଧାରା’, ‘ଗଛ ଆମର ବନ୍ଧୁଟିଏ’ ପରି ବିଭିନ୍ନ ପ୍ରକାର ଆହ୍ବାନ ଦେଇ ବ୍ରାହ୍ମଣମାନେ ବୃକ୍ଷରୋପଣ କରିଥିଲେ। ଔଷଧୀୟ ଗଛ ସମେତ ବିଭିନ୍ନ କିସମର ଚାରା ‌ରୋପଣ କରିଥିଲେ। ନିମ୍ବ, ତୁଳସୀ, ବେଲ, ଅଶୋକ ଭଳି ବହୁ ଔଷଧୀନ ବୃକ୍ଷରୋପଣ କରିଥିଲେ। ଏଥିସହ ଆମ୍ବ, ପଣସ, ଶାଗୁଆନ ଭଳି ମୂଲ୍ୟବାନ ଚାରା ରୋପଣ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ପଣ୍ଡିତ ସତ୍ୟବ୍ରତ ମିଶ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୃସିଂହ ଚରଣ ପତି, ସୁବାସ ଚନ୍ଦ୍ର ଦାଶ, ମନୋଜ କୁମାର ଷଡ଼ଙ୍ଗୀ, ବିଜୟ କୁମାର ପତ୍ରୀ, ଜଗନ୍ନାଥ ପ୍ରସାଦ ପଣ୍ଡା, ଶଶୀକାନ୍ତ ମିଶ୍ର, କାର୍ତ୍ତିକ ଷଡ଼ଙ୍ଗୀ, ଦେବେନ୍ଦ୍ରନାଥ କର, ସଚ୍ଚିକାନ୍ତ ଦାଶ, ବାନାମ୍ବର ଦାଶ, ଲକ୍ଷ୍ମୀଧର ଷଡ଼ଙ୍ଗୀ, ବନମାଳୀ କର, ଶରତ କୁମାର ଦାଶ, ରାଜେନ୍ଦ୍ର ତ୍ରିପ‌ାଠୀ, ସତ୍ୟବ୍ରତ ଦା‌ଶ, ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର