ଭୁବନେଶ୍ୱର: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ମୁକ୍ତ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକ୍ କେତେ ପରିମାରଣର ଦାୟୀ ଓ ପ୍ରକୃତି ଉପରେ ଏହାର କେତେ ପ୍ରଭାବ ପଡ଼ୁଛି, ସେ ନେଇ ଲୋକଙ୍କୁ ସଚେତନତା କରାଯାଇଥିଲା। ପ୍ଲାଷ୍ଟିକ୍ ପରିବେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ।
ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ ନଷ୍ଟ ହେବାକୁ ୧୦୦ରୁ ୫୦୦ବର୍ଷ ସମୟ ଲାଗିଥାଏ। ତେଣୁ ପ୍ଲାଷ୍ଟିକ୍ର ବ୍ୟବହାର କମ୍ କରିବାକୁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡ. ବିପିନ ମିଶ୍ର ଅଧ୍ୟକ୍ଷତା କରି କହିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ କପଡ଼ା ବ୍ୟାଗ ବଣ୍ଟନ କରାଯାଇଥିଲା। ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ସକାନ୍ତୀ ମିଶ୍ର, ବାଳକୃଷ୍ଣ ରାଉତଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।