ଆଜିଠୁ ରାଜଧାନୀରେ ପ୍ଲାଷ୍ଟିକ୍ ନିଷେଧ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ପ୍ଲାଷ୍ଟିକ୍‌ ନିଷେଧ ହେବ। ଯେପରି ରାଜଧାନୀବାସୀ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବାହାର ନକରିବେ ବିଭିନ୍ନ ଆବାସିକ କଲ୍ୟାଣ ସଂଘକୁ ବିଏମ୍‌ସି କର୍ମଚାରୀମାନେ ଯାଇ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ଘରୁ ପ୍ଲାଷ୍ଟିକ୍‌ ସାମଗ୍ରୀ ସଂଗ୍ରହ କରିବେ। ଏହାକୁ ପୁନଃଚକ୍ରଣ ପାଇଁ ପଠାଯିବ। ସେହିପରି ୩୦୦ରୁ ଅଧିକ ଜରି ଗୋଟାଳିଙ୍କୁ ପରିଚୟ ପତ୍ର ଦେଇ ପ୍ଲାଷ୍ଟିକ୍‌ ସାମଗ୍ରୀ ସଂଗ୍ରହ ପାଇଁ ନିୟୋଜିତ କରାଯିବ। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ବ୍ୟବସାୟୀ ସଂଘ ଦ୍ବାରା ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଅକ୍ଟୋବର ୨୬ ପୂର୍ବରୁ ଯେପରି ରାଜଧାନୀ ଏବଂ ଏହାର ଉପକଣ୍ଠରେ ଥିବା ସମସ୍ତ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଉତ୍ପାଦନକାରୀ କମ୍ପାନି ବନ୍ଦ ହେବ ସେନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଏମ୍‌ସି ପକ୍ଷରୁ ଚଢ଼ଉ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର