ମଞ୍ଚସ୍ଥ ହେଲା ନାଟକ ‘ମହୀୟସୀ’

ଭୁବନେଶ୍ୱର: ମାତା କୁନ୍ତୀଙ୍କ ତ୍ୟାଗ, ଉତ୍ସର୍ଗୀକୃତ ଜୀବନୀ ତଥା ସେବା ଯତ୍ନର ବଳିଷ୍ଠ ତଥା ଗୌରବମୟ ଜୀବନାଦର୍ଶକୁ ନେଇ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ମହିୟସୀ’। ଭୁବନେଶ୍ୱରସ୍ଥିତ ‘ସବୁଜ ନାଟକ ସଂସ୍ଥା’ ପକ୍ଷରୁ ଆୟୋଜିତ ଏହି ଏକକ ନାଟକର ନିର୍ଦ୍ଦେଶନା ଓ ଅଭିନୟ କ୍ଷେତ୍ରକୁ ଓହ୍ଲାଇଥିଲେ ଭାସ୍ୱତୀ ବସୁ। କାହାଣୀ ରଚନା ସୀମନ୍ତ ମହାନ୍ତି କରିଥିବାବେଳେ କୈଳାସ ସେନାପତି ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଅନୁଷ୍ଠାନର ସଂପାଦକ ରତିକାନ୍ତ ମହାନ୍ତି ଏଥିରେ ଉପସ୍ଥିତ ରହି ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର