ପହିଲି ରଜ ଦୋଳିରେ ଝୁଲିଲେ ବନବାସୀ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ‘ସମାଜର ଦର୍ପଣ ହେଲ୍‌ପ ଗ୍ରୁପ୍‌’ ସହଯୋଗରେ ପହିଲିରଜ ଆଦିବାସୀ ପଲ୍ଲୀଠାରେ ଆୟୋଜନ କରାଯାଇଥିଲା। ଛତାବର ପଞ୍ଚାୟତ ନିକଟ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ କନ୍ଦଳେଇ ଗ୍ରାମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କୁମାରୀମାନଙ୍କ ପାଇଁ ଅଳତା, ଟିକିଲି ଆଦି ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ପରେ ଆଦିବାସୀ ଯୁବତୀମାନେ ରଜ ଦୋଳିରେ ଝୁଲିବା ତଥା ଭୋଜି ଖାଇଥିଲେ। ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ସେନାପତି, ଚନ୍ଦନ ସ୍ୱାଇଁ, ଜ୍ୟୋତିରଂଜନ ରାୟ, ବିଶ୍ୱଜିତ୍‌ ରାୟମହାପାତ୍ର, କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ରମୋହନ ନାୟକ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର