ଖଣ୍ଡଗିରି: ଚଳିତ ବର୍ଷ ୧୬ ବର୍ଷରେ ପଦାର୍ପଣ କରିଛି କଳିଙ୍ଗବିହାର- ନଗର ଦୁର୍ଗାପୂଜା ସମିତି। ତେଣୁ ପୂଜାକୁ ମହାଆଡ଼ମ୍ବରରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି କମିଟିର ସଦସ୍ୟମାନେ। ଜଗଦ୍ଜନନୀ ମା’ ଦୁର୍ଗାଙ୍କ ଆଗମନ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ଆଉ ଦିନ କେଇଟା ପରେ ପୂଜା ଆରମ୍ଭ ହେଉଥିବାରୁ ଚଳଚଞ୍ଚଳ ହେଲାଣି କଲୋନି। ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମା’ଙ୍କୁ ନର୍ୱେ କିଙ୍ଗ୍ କ୍ୟାସଲ୍ ମଡେଲ୍ର ତୋରଣ ଭିତରେ ପୂଜା କରାଯିବ। ଏଥିପାଇଁ ୪୦ରୁ ଅଧିକ ବଙ୍ଗାଳୀ କାରିଗର କାମରେ ଲାଗିଛନ୍ତି। ତୋରଣର ଉଚ୍ଚତା ପ୍ରାୟ ୭୦ ଫୁଟ୍ ଓ ଚଉଡ଼ା ପ୍ରାୟ ୬୦ ଫୁଟ୍ ରହିଛି। ମା’ଙ୍କ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ୍ ରହିବାକୁ ଥିବା ବେଳେ ୨୦ ଫୁଟ୍ ଉତ୍ତର ମେଢ଼ ନିର୍ମାଣ ଚାଲିଛି। ଷଷ୍ଠୀ ଦିନ ବିଲ୍ବବରଣ, ମହାସପ୍ତମୀରେ ଚକ୍ଷୁଦାନ ଓ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନେ ମା’ଙ୍କ ଦିବ୍ୟଦର୍ଶନ କରିବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାକାର ସିନ୍ଦୂର ଖେଳ ସବୁଠାରୁ ଆକର୍ଷଣୀୟ ହେବ। ଶତାଧିକ ମହିଳା ବିଜୟାଦଶମୀ ଦିନ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତି ପରେ ସିନ୍ଦୂର ଖେଳରେ ସାମିଲ ହେବେ। ପୂଜା ଆରମ୍ଭ ଦିନରୁ ଓଡ଼ିଆ ଓ ବଙ୍ଗୀୟ ମହିଳାମାନେ ଏକାଠି ହୋଇ ଏହି ଖେଳରେ ମା’ଙ୍କୁ ମେଲାଣି ଦେବେ।
କଳିଙ୍ଗ ବିହାର-ନଗର ଓ ଏହାର ଆଖ ପାଖରେ ଥିବା ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜାରେ ଯୋଗ ଦେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଏଠାରେ ସିସିଟିଭି ବ୍ୟବସ୍ଥା ହୋଇଛି। କମିଟିକୁ ସହଯୋଗ ଓ ପ୍ରତିଦିନ ହେବାକୁ ଥିବା ସାସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ୫୦ରୁ ୭୦ ସ୍ବେଚ୍ଛାସେବୀ ୨୪ ଘଣ୍ଟା ମଣ୍ଡପରେ ରହିବେ।
ଦଶମୀରେ ସିନ୍ଦୂର ଖେଳ
ଚଳିତ ବର୍ଷ ୧୬ ବର୍ଷରେ ପଦାର୍ପଣ କରିଛି କଳିଙ୍ଗବିହାର- ନଗର ଦୁର୍ଗାପୂଜା ସମିତି। ତେଣୁ ପୂଜାକୁ ମହାଆଡ଼ମ୍ବରରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି କମିଟିର ସଦସ୍ୟମାନେ। ଜଗଦ୍ଜନନୀ ମା...
/sambad/media/media_files/2025/09/16/untitled-20-2025-09-16-07-38-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)