ଫୁଲ ଦର ବଢ଼ିଲା

ଫୁଲ ଦେଇ ନୂଆ ବର୍ଷର ଅଭିନନ୍ଦନ ଜଣାଇବାର ପରମ୍ପରା ବେଶ୍‌ କିଛି ବର୍ଷ ହେବ ରାଜଧାନୀରେ ଏକ ଟ୍ରେଣ୍ଡ୍‌ ପାଲଟିଛି। ଏହାକୁ ଆଧାର କରି ରାଜଧାନୀରେ ଏଥର ବି ଅନେକ ସ୍ଥାୟୀ, ଅସ୍ଥାୟୀ ଫୁଲର ଷ୍ଟୋର୍‌ ଗଢ଼ି ଉଠିଥିଲା। ତେବେ ଏଥର ବାହାଘର ଯୋଗୁଁ ଏତେ ପରିମାଣରେ ଫୁଲ ନଥିବାରୁ ଫୁଲ ଦର ଉଚ୍ଚା ରହିଛି। ଗୋଲାପ ଫୁଲ ଦର ୧୦ରୁ ୨୦ ଟଙ୍କା ରହିଥିବା ବେଳେ ଲିଲିର ଦର ୧୨୦ ଟଙ୍କା ରହିଛି। ସେହିଭଳି ୫୦ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ଫୁଲ ତୋଡ଼ା ଉପଲବ୍ଧ ହେଉଛି ବୋଲି ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟ୍‌ର ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର