ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ: ହାତ କାଟି ଦେଲେ ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ ହାତ କାଟି ଦେଇଛନ୍ତି। ସିଏଚଏସଇ କର୍ତ୍ତୃପକ୍ଷ ଦାବି ନ ଶୁଣିବାରୁ ହାତ କାଟି ଦେଇଛନ୍ତି ଦୁଇ ଛାତ୍ରୀ। ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୁଲିସ ଯୁବତୀଙ୍କୁ ବୁଝାଶୁଝା କରୁଛି ।

ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣି ୮ ଦିନ ହେବ ଆମରଣ ଅନଶନରେ ବସିଛନ୍ତି ଯୁକ୍ତ ଦୁଇ ଡ୍ରପ ଆଉଟ ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ। ସମସ୍ତ ଡ୍ରପ ଆଉଟ ଓ ଏକ୍ସ ରେଗୁଲାର ପିଲାଙ୍କୁ ଦଶମ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯାଉ ଓ ଅଫ୍ ଲାଇନ୍ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏଥିସହ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର