ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ପୁଲିସ ଗୁରୁବାର ଅପରାହ୍ନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୩ଜଣଙ୍କୁ ଗିରଫ କରିଛି। ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଏକ ଟିମ୍ ଲକ୍ଷ୍ମୀ ନୃସିଂହ ମନ୍ଦିର, ୟୁନିଟ୍-୧ ଉପରେ ଅତର୍କିତ ଚଢ଼ାଉ କରିଥିଲା ଯେଉଁଠାରେ ଜୁଆ ଖେଳ ଚାଲିଥିଲା। ପୁଲିସ ଘଟଣାସ୍ଥଳରୁ ୧୩ଜଣଙ୍କୁ ଗିରଫ କରିବା ସହିତ କଇଁଚି ଓ ତିନି ପକେଟ ପ୍ଲେଇଂ କାର୍ଡ ଆଦି ଜବତ କରିଛି। ଏଥିସହିତ ୧୯,୯୨୭ ନଗଦ ଟଙ୍କା ଜବତ କରିଛି କ୍ୟାପିଟାଲ ପୁଲିସ।
ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢ଼ାଉ, ୧୩ ଗିରଫ, ୧୯ହଜାରରୁ ଊର୍ଧ୍ୱ ଟଙ୍କା ଜବତ
/sambad/media/post_attachments/wp-content/uploads/2018/10/789.jpg)