ଚନ୍ଦ୍ରଶେଖରପୁର: ଶ୍ରଦ୍ଧାରେ ସମସ୍ତେ ଡାକନ୍ତି ରାହୁଲ। କଥାକୁହା ଆଖି ଆଉ ନିଷ୍ପାପ ହସରେ ସମସ୍ତଙ୍କ ମନ ଜିଣି ନେଉଥିଲା ସେ। ଗାଁ ସ୍କୁଲ୍ରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ୧୦ ବର୍ଷର ଶିଶୁ ସନ୍ତୋଷ ପରିଡ଼ା (ରାହୁଲ) ବର୍ତ୍ତମାନ ଆଇସିୟୁରେ ମୃତ୍ୟୁ ସହିତ ସଂଘର୍ଷ କରୁଛି। ଦୁରାରୋଗ୍ୟ ବ୍ରେନ୍ ଟ୍ୟୁମର୍ରେ ପୀଡ଼ିତ ରାହୁଲକୁ ଅପରେସନ ପରେ ବର୍ତ୍ତମାନ ଆପୋଲୋ ହସ୍ପିଟାଲ୍ର ଆଇସିୟୁ ନଂ ୨୨୮ରେ ରଖାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ଉନ୍ନତ ଓ କ୍ରମାଗତ ଚିକିତ୍ସା ରାହୁଲକୁ ଏକ ନୂତନ ଜୀବନ ଦେବ। ମାତ୍ର ଏଥିପାଇଁ ଲୋଡ଼ା ଲକ୍ଷାଧିକ ଟଙ୍କା। ମାତ୍ର ପୁଅର ଚିକିତ୍ସାରେ ସବୁ ବିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଖର୍ଚ କରି ସାରିଥିବା ବାପା ପ୍ରଶାନ୍ତ ପରିଡ଼ାଙ୍କ ପାଖରେ ଆଉ ସମ୍ବଳ ନାହିଁ। ତେଣୁ ନିଜ ପୁଅକୁ ବଞ୍ଚେଇଦେବାକୁ ଆକୁଳ ନିବେଦନ କରିଛନ୍ତି ସେ।
କେନ୍ଦ୍ରାପଡ଼ା ଜିଲା ସିଙ୍ଗିର ଅଞ୍ଚଳର ବେଲାରି ଗ୍ରାମରେ ଗୋଟିଏ ଝିଅ ଓ ଏକୋଇର ବଳା ରାହୁଲକୁ ନେଇ ନିଜର ଛୋଟିଆ ସଂସାରରେ ବାସ କରନ୍ତି ପ୍ରଶାନ୍ତ। ଜଣେ ଦିନ ମଜୁରିଆ ପ୍ରଶାନ୍ତଙ୍କ ମୁଣ୍ଡରେ ଚିନ୍ତା ଘାରିଥିଲା ଯେତେବେଳ ଏକମାତ୍ର ପୁଅ ରାହୁଲର ଆଖିକୁ ଠିକ୍ରେ ଦେଖାଯାଇନଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଭାଗରେ ଦେଖାଇବା ପରେ ସୁଫଳ ନ ମିଳିବାରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଆଣିିଥିଲେ ଚିକିତ୍ସା ପାଇଁ। ମାତ୍ର ଅନେକ ପରୀକ୍ଷା ନୀରିକ୍ଷା ପରେ ଜଣାପଡ଼ିଥିଲା ରାହୁଲ ବ୍ରେନ୍ ଟ୍ୟୁମର୍ରେ ପୀଡ଼ିତ। ଆଉ ଅପରେସନର ଆବଶ୍ୟକତା ଜରୁରୀ। ତାହାପୁଣି ଯଥାଶୀଘ୍ର। ଡେରି କଲେ ହୁଏତ କିଛି ବି ଘଟିପାରେ। ଚଡ଼କ ପଡ଼ିଥିଲା ପ୍ରଶାନ୍ତଙ୍କ ମୁଣ୍ଡରେ। କୌଣସି ଉପାୟ ନାପାଇ ସେ ଏମ୍ସ ଧାଇଁ ଯାଇଥିଲେ ପୁଅକୁ ନେଇ। ମାତ୍ର ସେଠାରେ ଶଯ୍ୟା ନଥିବାରୁ ନିଜ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଆପୋଲୋ ହସ୍ପିଟାଲ୍ରେ ରାହୁଲକୁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ବ୍ରେନ୍ ଟ୍ୟୁମର ଅପରେସନ ସରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଆଇସିୟୁରୁ ବାହାରିନି ରାହୁଲ। ଧାର ଉଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ପ୍ରଶାନ୍ତ। ଜଣେ ଦିନ ମଜୁରିଆ ଭାବରେ କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ପ୍ରଶାନ୍ତଙ୍କର ଆଖିରୁ ଲୁହ ଶୁଖୁନି। କେଉଁଠୁ ଆଣିବେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା। କିପରି ଭଲ କରିବେ ନିଜର ଏକମାତ୍ର ପୁଅକୁ। ଲୁହଭର୍ତ୍ତି ଆଖିରେ କେବଳ ଭଗବାନଙ୍କୁ ଡାକୁଛନ୍ତି ଆଉ ଆକୁଳ ନିବେଦନ କରିଛନ୍ତି ଜନତା ଜନାର୍ଦ୍ଦନଙ୍କୁ। ରାହୁଲକୁ ବଞ୍ଚାଇବାକୁ ସହୃଦୟ ବ୍ୟକ୍ତି ୭୭୮୯୦୪୬୯୭୯ରେ ଯୋଗାଯୋଗ କରିବା ସହିତ ୦୬୬୮୧୧୪୦୦୯୨୧୧୬ ଆକାଉଣ୍ଟ ନମ୍ବର (ଏଚ୍ଡ଼ିଏଫସି୦୦୦୦୬୬୮ - ଆଇଏଫସି ନମ୍ବର) ଜରିଆରେ ସହଯୋଗର ହାତ ବଢ଼ାଇବାକୁ ସେ ନିବେଦନ କରିଛନ୍ତି।
ମୋ ରାହୁଲକୁ ବଞ୍ଚେଇ ଦିଅ
ବ୍ରେନ୍ ଟ୍ୟୁମର୍ରେ ପୀଡ଼ିତ ୧୦ ବର୍ଷର ପୁଅ ପାଇଁ ବାପା’ଙ୍କ ଆକୁଳ ନିବେଦନ
/sambad/media/post_attachments/wp-content/uploads/2018/03/rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)