ମାଗ୍ନେଟିକ ଛକର ପିଏନ୍‌ବି ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ୍‌, ଲୁଟ୍‌ର ଡେମୋ ଦେଖାଇବେ

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ମାଗ୍ନେଟିକ ଛକର ପିଏନବି ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । କେମିତି ହୋଇଥିଲା ଲୁଟ ତାର ଡେମୋ ଦେଖାଇବେ ଲୁଟେରା । ଅଭିଯୁକ୍ତମାନଙ୍କୁ ଭାଇଜାଗରୁ ଗିରଫ କରାଯିବା ପରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଥିଲା।

ଦୁଇ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସକିଦ ପୂର୍ବରୁ ଦେଶର ବିିଭନ୍ନ ସ୍ଥାନରେ ଏଟିଏମ ଲୁଟ କରିଥିବାର ଅଭିଯୋଗ ରହିଛି। ଗତ ନଭେମ୍ବର ୧୧ ତାରିଖରେ ସେମାନେ ମାଗ୍ନେଟିକ ଛକରେ ଥିବା ପିଏନବି ଏଟିଏମରୁ ୨୮ ଲକ୍ଷ ଲୁଟ୍ କରି ଫେରାର ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର