ଭୁବନେଶ୍ୱର: ରେଳବାଇ କୁଲିମାନଙ୍କୁ ଗ୍ୟାଙ୍ଗମ୍ୟାନ୍ ଭାବେ ନିଯୁକ୍ତି ଦାବିରେ ଏଆଇଟିୟୁସି ସହ ଅନୁବନ୍ଧିତ ଇଷ୍ଟକୋଷ୍ଟ ରେଲ୍େଓ୍ଵ ପୋଟର୍ସ ୟୁନିୟନ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ୍ ମ୍ୟାନେଜର୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସାରା ଦେଶରେ ଆଜି କୁଲିମାନେ ଏପରି ଧାରଣା ଦେଇଥିଲେ। ଭୁବନେଶ୍ୱର ଷ୍ଟେସନ୍ ସମେତ କଟକ, ଖୋର୍ଦ୍ଧାରୋଡ୍, ସମ୍ବଲପୁର ଷ୍ଟେସନ୍ର କୁଲିମାନେ କାର୍ଯ୍ୟବନ୍ଦ କରିଥିଲେ। ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ପୋଟର୍ସ ୟୁନିୟନ କାର୍ଯ୍ୟକାରୀ ସଭାପତି ସୁର ଜେନା ଧାରଣାକାରୀଙ୍କୁ ଉଦ୍ବୋଧନ ଦେଇଥିଲେ। ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଷ୍ଟେସନ୍ ମ୍ୟାନେଜର୍ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଗଣଧାରଣାରେ ୟୁନିୟନ୍ର ସାଧାରଣ ସମ୍ପାଦକ ବି. ଜଗନ୍ନାଥ ପାତ୍ର, ଶଙ୍କର ବେହେରା, କୁନା ଜାଲି, ନିରଞ୍ଜନ ସାହୁ, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।
ରେଳବାଇ କୁଲିଙ୍କୁ ଗ୍ୟାଙ୍ଗମ୍ୟାନ୍ କରାଯାଉ
ପୋଟର୍ସ ୟୁନିୟନ୍ର ଗଣଧାରଣା
/sambad/media/post_attachments/wp-content/uploads/2018/03/m2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)