ହରପ୍ରସାଦ ଦାସଙ୍କ କବିତା ସଂକଳନ ‘ବ୍ରୋଞ୍ଜ’ ଉନ୍ମୋଚିତ

ଭୁବନେଶ୍ବର: କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ସଦ୍ୟତମ କବିତା ସଂକଳନ ‘ବ୍ରୋଞ୍ଜ’ ଉନ୍ମୋଚିତ ହୋଇଯାଇଛି। ଶ୍ରୀ ଦାସଙ୍କ ବାସଭବନରେ ଏକ ଅନୌପଚାରିକ ସଭାରେ ବିଶିଷ୍ଟ କଥାକାର ଗୌରହରି ଦାସ, କଥାଶିଳ୍ପୀ ପ୍ରକାଶ ମହାପାତ୍ର, କବି ଓ ଅନୁବାଦକ ରତ୍ନମାଳା ସ୍ୱାଇଁ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ କବି ଶ୍ରୀ ଦାସ ‘ବ୍ରୋଞ୍ଜ’ ସଂକଳନରୁ କେତୋଟି କବିତା ପାଠ କରିଥିଲେ। କଥାକାର ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଓ ଯୁବଲେଖକ ନିହାର ରଂଜନ ପରିଡ଼ା ଧନ୍ୟବାଦ ଦେଇଥିଲେ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ପୁସ୍ତକ ଆମାଜନରେ ଉପଲବ୍ଧ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର