ଭୁବନେଶ୍ବର: ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କବିତା ହେଉଛି ସାହିତ୍ୟର ଆଧାର। ଜିତେନ୍ଦ୍ର କୁମାର ଜେନା ସଭାପତିତ୍ବ କରି କହିଲେ, କବିତା ହେଉଛି ସମ୍ପର୍କର ସେତୁ। ମୁଖ୍ୟବକ୍ତା କବି ବିପିନ ମହାନ୍ତି କହିଥିଲେ, ସାହିତ୍ୟକୁ ସମୃଦ୍ଧ କରିବା କବି ଓ କବୟିତ୍ରୀମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ। କବି ଓ କବୟିତ୍ରୀମାନେ କବିତା ପାଠ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସମସ୍ତ କବି ଓ କବୟିତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ଶିବିର କୁମାର ପରିଡ଼ା, ସୌଦାମିନୀ ବେହେରା, ଚମକ ଚାନ୍ଦିନୀ ଦାଶ, ଡ. ରଶ୍ମି କର, କେଦାର ପଟ୍ଟନାୟକ, ଭଜକୃଷ୍ଣ ମହାନ୍ତି, ବୁଲନ ଦାଶ, ରାକେଶ ସେଠୀ, ବିଜୟ ବେହେରା, ସଂଗ୍ରାମ ଜେନା ପ୍ରମୁଖ ଯୋଗ ଦେଇଥିଲେ। ବିବେକାନନ୍ଦ ବାରିକ ଧନ୍ୟବାଦ ଦେଇଥିଲେ।