ଭୁବନେଶ୍ୱର: ପୁଣ୍ୟପ୍ରଜ୍ଞା ଗୀତିମଞ୍ଚର ଦଶମ ସାଂସ୍କୃତିକ ସନ୍ଧ୍ୟା ଆଜି ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଗୀତି କବିତା ପାଠୋତ୍ସବ ସହ ସଙ୍ଗୀତର ମଧୁର ମୂର୍ଚ୍ଛନା ‘ଗୀତି ଗୁଞ୍ଜନ’ ପରିବେଷିତ ହୋଇଥିଲା। ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠିତ ଗୀତି କବିତା କାର୍ଯ୍ୟକ୍ରମରେ ୩୦ରୁ ଅଧିକ କବି ସୁରଚିତ କବିତା ପାଠ କରିଥିଲେ। ଅଧ୍ୟାପିକା ସୌଦାମିନୀ ବେହେରା ଓ ଜୟଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିଲେ। ପରେ ‘ଗୀତି ଗୁଞ୍ଜନ’ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଲକ୍ଷ୍ମୀକାନ୍ତ ପାଲିତ, ବିଜୟ ମିଶ୍ର, ସୋନାଲି ମହାପାତ୍ର, ଅମରେଶ ମିଶ୍ର, ପ୍ରତିଭା ପ୍ରଧାନ, ଲଳିତା କ୍ରିଷ୍ଣା, ଲୋଭାବତୀ ପଢ଼ିଆରି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଯନ୍ତ୍ର ସଙ୍ଗୀତରେ ଏମ୍. ସୀମାଦ୍ରି, ଅଜୟ ଚୌଧୁରୀ, ପ୍ରଫୁଲ୍ଲ କୁମାର ସହଯୋଗ କରିଥିଲେ। ସନ୍ଧ୍ୟାର ଅତିଥି ଭାବେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ମହାସଚିବ ବୃନ୍ଦାବନ ଜେନା, ମୁଖ୍ୟ ଉପଦେଷ୍ଟା ବିଜନ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
କବିତା ପାଠ ସହ ଗୀତି ଗୁଞ୍ଜନ
/sambad/media/post_attachments/wp-content/uploads/2017/11/m8-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)