ରାଜ୍ୟ ପାଠାଗାରରେ କବିତା ଆସର

ଭୁବନେଶ୍ୱର: ‘ଉତ୍କଳ ଦିବସ’ ଅବସରରେ ‘ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର’ରେ ସପ୍ତାହବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓଡ଼ିଆ‌ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଦିଗ୍‌ଦର୍ଶନରେ ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମାର୍ଚ୍ଚ ୩୧ ତାରିଖରେ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ଏପ୍ରିଲ ୧ ତାରିଖରେ ପାଠକପାଠିକାମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୨ ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସମ୍ବାଦପତ୍ର, ଲେଖକ ଓ ପାଠାଗାରର ଭୂମିକା ସମ୍ପର୍କରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଯନ୍ତ୍ରୀ ଇଂ. ଦୀପଙ୍କର ବେହେରା, ପ୍ରାଧ୍ୟାପକ ବ୍ରହ୍ମାନନ୍ଦ ଖୁଣ୍ଟିଆ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ‘କବିତା ଆସର’ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ଓ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବୀ କମଳିନୀ ମଲ୍ଲିକ, ଭଜକୃଷ୍ଣ ମହାନ୍ତି, ଆଲୋକ ରଞ୍ଜନ ପରିଡ଼ା, ଚିତ୍ତରଞ୍ଜନ ପୃଷ୍ଟି, ସସ୍ମିତା ଚୌଧୁରୀ, ସୁଷମା ଲେଙ୍କା, ରଶ୍ମିମୟୀ ପତି, କୃପାଳିନୀ ପଟ୍ଟନାୟକ, ସୁକାନ୍ତି ତ୍ରିପାଠୀ, ଜୟଶ୍ରୀ ପଟ୍ଟନାୟକ, କଣ୍ଡୁରୀ ଚରଣ ଦାସ, ନିବେଦିତା ଭଞ୍ଜ, ତନୟା ଦାସଗୋସ୍ୱାମୀ, ଭଗବାନ ସାହୁ, ସୌଦାମିନୀ ସାମନ୍ତରାୟ, ଚମକ ଚାନ୍ଦିନୀ ଦାସ, ସୌଦାମିନୀ ବେହେରା, ଅମ୍ବିକା ସ୍ୱାଇଁ, ଗୀତାଞ୍ଜଳି ପଣ୍ଡା, ରଜନୀ ରଣସିଂହ, ସୌଦାମିନୀ ସାହୁ, ସଂଯୁକ୍ତା ପରିଡ଼ା, ପ୍ରସନ୍ନ କୁମାର ଦାସ, ମାଧବ ଚନ୍ଦ୍ର ମଙ୍ଗରାଜ, ସୁଦର୍ଶନ ପ୍ରଧାନ, କବିତା ମିଶ୍ର, ସମ୍ପଦ କୁମାର ବେହେରା, ଜନରଞ୍ଜନ ପ୍ରଧାନ, ବିଷ୍ଣୁପ୍ରିୟା ଜେନା, ହେମାଦ୍ରି ତନୟା ମିଶ୍ର, ସୁଲୋଚନା ବେହେରା, ଶୁଭସ୍ମିତା ପ୍ରଧାନ ଓ କଣ୍ଠମଣୀ ବିଶ୍ୱାଳ ପ୍ରମୁଖ ଉତ୍କଳର କଳା, ସଂସ୍କୃତି ଓ ଇତିହାସ ଉପରେ ନିଜସ୍ୱ କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ସଂଘମିତ୍ରା ସାହୁ, ପଦ୍ମନାଭ ଜେନା, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଞ୍ଜୁରାଣୀ ମୁଦୁଲି, ଭିକାରୀଚରଣ ସାହୁ, କୃପାଳିନୀ ପଟ୍ଟନାୟକ, ଶ୍ୟାମସୁନ୍ଦର ରାଉତ, ଅଜୟ ନନ୍ଦ, ଦୋଳଗୋବିନ୍ଦ ସେଠୀ ଓ ଦେବେନ ମହାନ୍ତ ପ୍ରମୁଖ ପାଠାଗାର କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ଅବସରରେ କବିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର