ପୋଖରୀପୁଟ ଓଭରବ୍ରିଜ୍‌ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର: ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ ଓଭରବ୍ରିଜ୍‌ ପାର୍ଶ୍ୱ ସର୍ଭିିସ୍‌ ରୋଡ୍‌ ପାଇଁ ଥିବା ସରକାରୀ ଜମିର ଜବରଦଖଲକୁ ଉଚ୍ଛେଦ କରାଯାଇଛି। କପିଳପ୍ରସଦ ମୌଜାରେ ସରକାରଙ୍କ ପକ୍ଷରୁ ଅଧିଗ୍ରହଣ ଜମିରେ ଥିବା ଏକ ବଡ଼ ଗୋଦାମ ଘର ଓ ଏକ ଛାତ ଘରକୁ ଉଚ୍ଛେଦ କରାଯାଇଛି। ମଳିଥିବା ସୂଚନା ଅନୁଯାୟୀ ପୋଖରୀପୁଟ୍‌ ଓଭରବି୍ରଜ୍‌ କାମ ଶେଷ ହେବାକୁ ଥିବା ବେଳେ ଏହାର ପାର୍ଶ୍ୱ ସର୍ଭିିସ୍‌ ରୋଡ୍‌ ତିଆରି ହେବା ପାଇଁ ଯୋଜନା ରହିଛି। ଏ ନେଇ ଜମି ଅଧିଗ୍ରହଣ ସରିଛି। ମାତ୍ର ସେଠାରେ ଘରଗୁଡ଼ିକ ଥିବାରୁ ରାସ୍ତା ପାଇଁ ବାଧକ ସାଜୁଥିଲା। ଏନେଇ ଆଜି ସାଧାରଣ ପ୍ରଶାସନ, ବିଏମ୍‌ସି, ବିଡିଏର ମିଳିତ ସ୍କ୍ଵାଡ୍‌ ଓ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା।

ସମ୍ବନ୍ଧିତ ଖବର