ପୋଖରୀପୁଟ ଡିଏଭିର ବାର୍ଷିକ ଉତ୍ସବ ‘ସମନ୍ଵୟ’

ଭୁବନେଶ୍ୱର : ପୋଖରୀପୁଟ ଡିଏଭିର ବାର୍ଷିକ ଉତ୍ସବ ‘ସମନ୍ଵୟ’ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ। ବିଦ୍ୟାଳୟ ହିଁ ଚରିତ୍ର ଗଠନର ମୁଖଶାଳା ଏବଂ ଏହାର ପବିତ୍ର ପରିସରରୁ ମାର୍ଜିତ ହୋଇ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‌ ମଦନ ମୋହନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଡିଏଭି ବିଦ୍ୟାଳୟ ସମୂହ-୧ର ଆଞ୍ଚଳିକ ନିର୍ଦ୍ଦେଶକ କେ ସି ଶତପଥୀ, ପୋଖରୀପୁଟ ଡିଏଭିର ଅଧ୍ୟକ୍ଷା ମାଡାମ୍‌ ସୁଜାତା ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ସିଡିଏ ଡିଏଭିର ଚେୟାରମ୍ୟାନ୍‌ ମେଜର୍‌ ଜେନେରାଲ୍‌ ବି କେ ମହାପାତ୍ର, ବସନ୍ତ ମଞ୍ଜରୀ ଦାଶ, ୟୁନିଟ୍‌-୮ ଡିଏଭିର ଅଧ୍ୟକ୍ଷା ଭାଗ୍ୟବତୀ ନାୟକ, କଳିଙ୍ଗନଗର ଡିଏଭିର ଅଧ୍ୟକ୍ଷ ବିପିନ କୁମାର ସାହୁ ଓ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପରେ ୭୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।

ସମ୍ବନ୍ଧିତ ଖବର