ଭୁବନେଶ୍ବର : ମହାମାରୀ କରୋନା ପାଇଁ ଭୁବନେଶ୍ବର କମିସନରେଟ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ ଧୀରେଧୀରେ ଲୋକଙ୍କ ଆସ୍ଥା ଜିଣୁଛି। ଶନିବାର ଦିନ ଖାରବେଳନଗର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଜଟଣୀ ଥାନାରେ ୩ଟି ଜାଗାରୁ ପୁଲିସ୍‌ ଯାଇ ଅଭିଯୋଗକାରୀଙ୍କ ପାଖରୁ ଏତଲା ସଂଗ୍ରହ କରିଛି।

Advertisment

ଜଟଣୀର ବେଣାପଞ୍ଜୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଫୋନ୍ କଲ୍ ଆସିଥିଲା। ଫୋନ୍ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା। ଆକ୍ରମଣରେ ଯୁବକଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ପୁଲିସ ଘଟଣାର ଛାନ୍‌ଭିନ୍ କରି ଅଭିଯୁକ୍ତକୁ ଧରିବା ପାଇଁ ଖୋଜୁଛି। ସେହିଭଳି ଖାରବେଳନଗର ଥାନାରେ ଏକ ପାରିବାରିକ ବଚସାକୁ କେନ୍ଦ୍ର କରି ଅଭିଯୋଗ ହୋଇଥିଲା। ପୁଲିସ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା।