ଖଣ୍ଡଗିରି: ଧରମ ଭାଇ ଓ ଧରମ ଭଉଣୀ ମଧ୍ୟରେ ମାର୍ପିଟ୍ ହେବା ପରେ ଦୁଇ ପକ୍ଷ ଥାନାକୁ ଆସିଥିଲେ। ପୁଲିସ ଦୁଇପକ୍ଷର ଅଭିଯୋଗ ରଖି ମାମଲା କରିଥିଲା। କିନ୍ତୁ ପୁଲିସ ନୋଟିସ୍ ଦେଇ ଗୋଟିଏ ପକ୍ଷର ଅଭିଯୁକ୍ତଙ୍କୁ ଛାଡ଼ି ଦେବାରୁ ଅପରପକ୍ଷ ମାନବାଧିକାର କମିସନ ଓ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହେଲା। ଥାନା ଅଭିଯୋଗ ରଖୁନି ବୋଲି ସେଠାରେ ମିଛ ଅଭିଯୋଗ କଲା। କିନ୍ତୁ ଖୋଳତାଡ଼ ପରେ ଜଣାଗଲା ଯେ ଥାନାରେ ମାମଲା ହୋଇଛି। ବରଂ ସେମାନେ ହିଁ ବିନା ପୁଲିସ ନୋଟିସ୍ରେ ଫେରାର୍ ରହିବା ଭଳି ଥିଲେ ବୋଲି ଜଣାପଡ଼ିଥିଲା। ତେଣୁ ବାଧ୍ୟ ହୋଇ ଶୁକ୍ରବାର ସନ୍ଧ୍ୟାରେ ମହିଳା ଜଣଙ୍କ ଏକୁଟିଆ ଖଣ୍ଡଗିରି ଥାନାକୁ ଆସିଥିଲେ ଓ ସ୍ୱାମୀଙ୍କ ଦେହ ଭଲ ନାହିଁ ବୋଲି ସଫେଇ ଦେଇଥିଲେ। ଘଟଣାଟି ଫୁଲେଶ୍ୱରୀ ବସ୍ତି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଏମିତି; ଧରମ ଭାଇ ବୁଝାସୁଝା କରି ଜଣେ ସ୍ତ୍ରୀଛଡ଼ା ବୟସ୍କ ବ୍ୟକ୍ତିଙ୍କ ହାତରେ ଧରମ ଭଉଣୀକୁ ଛନ୍ଦି ଦେଇଥିଲେ। ଏହି ବିବାହ ପରଠାରୁ ଧରମ ଭାଇଙ୍କ ଦୁଇ ସ୍ତ୍ରୀ ବେଶ୍ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ତା’ ପରଠାରୁ ଧରମ ଭାଇ ଓ ଭଉଣୀଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ। ଦୀର୍ଘ ଦିନର ବିବାଦ ଶେଷରେ ହାତାହାତି ପର୍ଯ୍ୟନ୍ତ ଚାଲିଗଲା। ଗତ ୧୪ ତାରିଖ ରାତିରେ ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ଦୁଇ ପକ୍ଷ ପିଟାପିଟି ହୋଇଗଲେ। ଧରମ ଭାଇ ଓ ତାଙ୍କ ନାବାଳକ ପୁଅର ମାଡ଼ରେ ଧରମ ଭଉଣୀଙ୍କ ବୃଦ୍ଧ ସ୍ୱାମୀର ମୁଣ୍ଡ ଫାଟିଗଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷଙ୍କୁ ଧରି ଥାନାକୁ ଆଣିଲେ। ଦୁଇ ପକ୍ଷରୁ ଲିଖିତ ଅଭିଯୋଗ ହେଲା। ମୁଣ୍ଡ ଫାଟି ଯାଇଥିବାରୁ ପୁଲିସ ତୁରନ୍ତ ଉକ୍ତ ବୃଦ୍ଧ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ମେଡିକାଲ ପଠାଇଥିଲା। କିନ୍ତୁ ମେଡିକାଲରୁ ଚିକିତ୍ସା ହେବା ପରେ ସେମାନେ ଆଉ ଥାନାକୁ ନ ଯାଇ ନିଜ ଘରକୁ ଚାଲି ଯାଇଥିଲେ। ପରଦିନ ପୁଲିସ ଫୋନ୍ କରି ସେମାନଙ୍କୁ ଥାନାକୁ ଡକାଇଥିଲା। କିନ୍ତୁ ଦେହ ଅସୁସ୍ଥ ବୋଲି କହି ସ୍ୱାମୀ-ସ୍ତ୍ରୀ ଥାନାକୁ ଆସିନଥିଲେ। ତେଣୁ ପୁଲିସ ଅଟକ ରଖିଥିବା ବାପାପୁଅଙ୍କୁ ନୋଟିସ୍ କରି ଥାନାରୁ ଛାଡ଼ି ଦେଇଥିଲା। ବାପ-ପୁଅ ଥାନାରୁ ଛାଡ଼ ପାଇବା ଖବର ପାଇବା ପରେ ଧରମ ଭଉଣୀ ଓ ତାଙ୍କ ସ୍ୱାମୀ ଖଣ୍ଡଗିରି ଥାନା ପୁଲିସ ଉପରେ ରାଗି ଯାଇଥିଲେ। ତେଣୁ ସେମାନେ ରାଜ୍ୟ ମାନବାଧିକାର କମିସନ ଓ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆରେ ଢ଼ମଣା, ବୁଲି ବୁଲି ପୁଣି ସେଇ...
/sambad/media/post_attachments/wp-content/uploads/2018/04/police-cartoon-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)