ଖଣ୍ଡଗିରି: ୩ ମାସର ଲୁଚକାଳି ଖେଳ ପରେ ପୁଲିସ ହାତରେ ଧରାପଡ଼ିଲା ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ସନ୍ନ୍ୟାସୀ ସ୍ୱାଇଁ (୫୦)ଙ୍କ ହତ୍ୟାକାରୀ ଅନନ୍ତ ରାଉତ(୩୩)। ଶନିବାର ରାତିରେ ଖଣ୍ଡଗିରି ଥାନା ଟିମ୍ ଅନନ୍ତକୁ ତା’ର ଶ୍ୱଶୁର ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଉଜୁଲଙ୍ଗାରୁ ଗିରଫ କରିଥିଲା। ରବିବାର ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ପନିକିିକୁ ପୁଲିସ ଜବତ କରିଛି। ଦୁହେଁ ମିଶି ତାରିଣୀ ବସ୍ତିରେ କିଣିଥିବା ଏକ ଘରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ସନ୍ନ୍ୟାସୀଠାରୁ ଖାଇଥିବା ମାଡ଼ର ପ୍ରତିଶୋଧ ନେବାକୁ ଯାଇ ଅନନ୍ତ ଏଭଳି କାଣ୍ଡ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତରତ୍ନପଲ୍ଲିର ସନ୍ୟାସୀ ଓ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ନାଟୁଗାଁର ଅନନ୍ତ ମିଶି ୨୦୧୪ ମସିହାରେ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ଏକ ପ୍ଲଟକୁ ୩୧ ହଜାର ଟଙ୍କା ଦେଇ କିଣିଥିଲେ। ଅନନ୍ତ ଏକ ରାଜମିସ୍ତ୍ରୀ ହୋଇଥିବାରୁ ଆହୁରି କିଛି ଟଙ୍କା ଖଟାଇ ସେଠାରେ ଆଜ୍ବେଷ୍ଟସ୍ ଘର ନିର୍ମାଣ କରିଥିଲା। ସନ୍ନ୍ୟାସୀ ବରମୁଣ୍ଡା ବସ୍ଷ୍ଟାଣ୍ଡରେ କୁଲିଗିରି କରୁଥିଲେ। ଉକ୍ତ ଘରେ ସନ୍ନ୍ୟାସୀଙ୍କ ପରିବାର ରହୁଥିବା ବେଳେ ଭୀମଟାଙ୍ଗୀରେ ରହୁଥିବା ଅନନ୍ତ ଏକ ଅଂଶରେ ଗୃହନିର୍ମାଣ ଉପରକରଣ ରଖୁଥିଲା। କିନ୍ତୁ ପରେ ସନ୍ନ୍ୟାସୀ ଓ ଅନନ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା। ସନ୍ନ୍ୟାସୀ ଉକ୍ତ ଘରୁ ଅନନ୍ତକୁ ବେଦଖଲ କରିବାକୁ ଚାହିଲା। ଏଥିପାଇଁ ଥରେ ସେ ଅନନ୍ତକୁ ମାଡ଼ ମାରିଥିଲା। ସେହିଦିନଠାରୁ ଅନନ୍ତ ପ୍ରତିଶୋଧ ପାଇଁ ସୁଯୋଗ ଅପେକ୍ଷାରେ ରହିଲା। କିନ୍ତୁ ସେ ସନ୍ନ୍ୟାସୀ ସହ ଉପରଠାଉରିଆ ଭାବେ ମିଳାମିଶା କରୁଥିଲା। ଗତ ଏପ୍ରିଲ୍ ୧୮ ତାରିଖରେ ଅନନ୍ତ ଜାଣିବାକୁ ପାଇଲା ଯେ ସନ୍ନ୍ୟାସୀର ପରିବାରଲୋକେ ଗାଁକୁ ଯାଇଛନ୍ତି। ତେଣୁ ସେ ଭୋଜି କରିବାକୁ ପ୍ରସ୍ତାବ ଦେଲା ଓ ୧୯ ତାରିଖ ରାତିରେ ସନ୍ନ୍ୟାସୀ ଘରେ ଭୋଜି ହେଲା। ଅନନ୍ତ ଆଣିଥିବା ମଦ ପିଇ ସନ୍ନ୍ୟାସୀ ନିଶାରେ ଚୂର୍ ହେବା ପରେ ସନ୍ୟାସୀ ଶୋଇପଡ଼ିଲା ଓ ଏହି ମଉକାରେ ପୂର୍ବରୁ ଯୋଜନା କରିଥିବା ଅନନ୍ତ ଏକ ପନିକିରେ ତା ବେକ ଓ ମୁଣ୍ଡକୁ ୫/୬ ଚୋଟ ପକାଇଥିଲା। ମରି ଯାଇଥିବା ଭାବି ଅନନ୍ତ ଉକ୍ତ ପନିକିକୁ ସେହି ଘର ଭାଡ଼ିରେ ଲୁଚାଇ ଦେଇଥିଲା ଓ ସେହି ରାତିରେ ଭୀମଟାଙ୍ଗୀସ୍ଥିତ ନିଜ ଘରକୁ ନ ଫେରି ଫେରାର୍ ହୋଇ ଯାଇଥିଲା।
୩ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ ଅନନ୍ତ
ତାରିଣୀ ବସ୍ତି ସନ୍ନ୍ୟାସୀ ହତ୍ୟା ମାମଲା
/sambad/media/post_attachments/wp-content/uploads/2018/07/arjuna-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)