ପୁଲିସ ବନ୍ଦ କଲା ଦୋକାନବଜାର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ, ସରକାରୀ ବେସରକାରୀ ପ୍ରତିଷ୍ଠାନ ଖୋଲା ରହିଥିଲା। ସନ୍ଧ୍ୟା ୬ଟାରୁ ପରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକଙ୍କ ନେତୃତ୍ବରେ ପୁଲିସ ସମଗ୍ର ବାଲୁଗାଁ ଅଞ୍ଚଳରେ ଦୋକାନ, ବଜାର ସହ ଛୋଟବଡ଼ ହୋଟେଲ ଓ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ କରିଦେଇଥିଲେ। ଅନ୍ୟ ପକ୍ଷରେ ପ୍ରଶାସନର ନିର୍ଦ୍ଦେଶକୁ ଯିଏ ଅବମାନନା କରିବ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମହାଲିକ୍ କହିଛନ୍ତି। ଏହି ସମୟରେ ବାଲୁଗାଁ ଏନ୍ଏସି କର୍ତ୍ତୃପକ୍ଷ ମଧ୍ୟ ଉଚିତ ପଦକ୍ଷେପ ନେଇଛନ୍ତି। ନାଳନର୍ଦ୍ଦମାଗୁଡ଼ିକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରିଥିବା ବେଳେ ଅଳିଆ ଆବର୍ଜନାଗୁଡ଼ିକୁ ପୋଡ଼ି ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। କେବଳ ବାଲୁଗାଁ ମେଡ଼ିକାଲ, ଔଷଧ ଦୋକାନଗୁଡ଼ିକ ସନ୍ଧ୍ୟା ପରେ ମଧ୍ୟ ଖୋଲା ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର