ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱର-କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଘରୁ ବାହାରିବା ମନା | ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି | ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି | ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ | ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ସନ୍ଧ୍ୟା ୭ଟାରୁ ସକାଳ ୭ଟା କେହି ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି |

Advertisment


ଆଜି ଠାରୁ ଏହି କଟକଣା ଲାଗୁ ହେବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ମେ ୧୭ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ କଟକଣା ସମୟରେ ଜରୁରୀ ସେବା ଓ ପରିବହନ ଚାଲିବ । ଜରୁରୀ ସେବାରେ ଥିବା କର୍ମଚାରୀ କଟକଣାରୁ ବାଦ୍ ଦିଆଯାଇଛି |

ଏହାପୂର୍ବରୁ ଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ।  ଏଣିକି ଲକଡାଉନ୍ ଥିବା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସଂଧ୍ୟା ୭ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଥିଲେ ।