ଭୁବନେଶ୍ବର: ରାଜଧାନୀରେ ୪୮ ଘଣ୍ଟାର ସଟ୍ଡାଉନ୍ ଘୋଷଣା ପରେ ସାଧାରଣ ଜନତାଙ୍କ ଚିନ୍ତା ବଢ଼ି ଯାଇଛି। ଲୋକଙ୍କ ମନରେ ଅଜସ୍ର ପ୍ରଶ୍ନ ଉଙ୍କି ମାରୁଛି। ଏଭଳି ସ୍ଥିତିରେ ସୋସିଆଲ୍ ମିଡିଆରେ ବିଭିନ୍ନ ପୋଷ୍ଟ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଏଭଳି ଦ୍ବନ୍ଦ୍ବ ଦୂର କରିବା ସହ ଲୋକଙ୍କର ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ। ୪ ମିନିଟ୍ ୩ ସେକେଣ୍ଡର ଏହି ଲାଇଭ୍ କାର୍ଯ୍ୟକ୍ରମରେ ଶ୍ରୀ ଷଡ଼ଙ୍ଗୀ ଲୋକଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବଧି ଭିତରେ ପାଖାପାଖି ଶହେରୁ ଊର୍ଦ୍ଧ୍ବ ପ୍ରଶ୍ନ ଆସିଛି। ବଡ଼କଥା ହେଉଛି, ଲୋକ ପଚାରିଛନ୍ତି ‘ଆମର ୨୧ଦିନ ହେଲା ଜିଓ ନେଟ୍ ଚାଲୁନି ହେଲପ୍ କରନ୍ତୁ’, ଅନେକ ଦୋକାନୀ ଅଧିକ ଦାମ୍ ନେଉଛନ୍ତି, ଅଭିଯୋଗ ପାଇଁ ହେଲପ୍ ଲାଇନ ନମ୍ବର ଦିଅ, ଲୋକଙ୍କୁ ମାଡ଼ ମାରିବାକୁ ପୁଲିସକୁ ମନା କରନ୍ତୁ, ୧୪ରେ ଲକ୍ ଡାଉନ୍ ବନ୍ଦ ହେବ କି ନାହିଁ କୁହନ୍ତୁ, ଜମାଟୋ ଖାଇବାକୁ ଦେବ ତ? ପୋଷା ଜୀବଜନ୍ତୁଙ୍କ ପାଇଁ ଖାଇବା ଦୋକାନ ଖୋଲିବ? ଏଭଳି ଅନେକ ପ୍ରଶ୍ନ ଲୋକ ପଚାରିଛନ୍ତି। ଅନେକଗୁଡ଼ିଏ ଅନାବଶ୍ୟକ ପ୍ରଶ୍ନ ପଚାରିଛନ୍ତି ଜନତା। ତେବେ ଏହି ସବୁ ପ୍ରଶ୍ନ ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ରହିଥିଲା। ଯାହାର ଉତ୍ତର ଅନେକଙ୍କୁ ଆଶ୍ବସ୍ତି ଦେଇଥିଲା। ପୂର୍ବରୁ ଜାରି ହୋଇଥିବା ସମସ୍ତ ପାସ୍ ୪୮ଘଣ୍ଟା ପାଇଁ ବାତିଲ୍ କରାଯାଉଥିବା ପୁଲିସ କମିସର ସୂଚନା ଦେଇଛନ୍ତି। ରୋଗୀ ମେଡ଼ିକାଲ ଯିବାକୁ ହେଲେ ୧୦୦ ଡାଏଲ କରି ପାସ୍ ନେଇ ପାରିବେ। ରନ୍ଧାଖାଦ୍ୟ ଦେଉଥିବା ଅନୁଷ୍ଠାନ ପୂବର୍ବତ୍ ଦେଇପାରିବେ। ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିବ। ୧୦୪କୁ ଡାଏଲ କରି ଲୋକମାନେ ଏହି ସୁବିଧା ନେଇପାରିବେ। ଡାକ୍ତରମାନଙ୍କୁ ପୂର୍ବର ପାସ୍ରେ ଛଡ଼ା ଯାଇ ପାରିବ। ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ପାଇଁ ସୀମିତ ପାସ୍ ବ୍ୟବସ୍ଥା କରାଯିବ। ସବୁଠାରୁ କମ୍ ଲୋକଙ୍କୁ ନେଇ କାମ କରିବା, ଘରୁ କାମ କରିବା, କେବଳ ଅଫିସ୍ରେ ରହି କାମ କରିବା ଉପରେ କମିସନର ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ ଦେଇଥିଲେ।
ଫେସ୍ବୁକ୍ରେ ଲାଇଭ୍ ଆସିଲେ ପୁଲିସ କମିସନର୍
/sambad/media/post_attachments/wp-content/uploads/2019/09/facebook.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)