ବଦଳିବେ ପୁଲିସ କମିସନର!

ଡିଜି ପାହ୍ୟା ବିଜ୍ଞପ୍ତି ଖୁବ୍ ଶୀଘ୍ର, ନୂଆ କମିସନର ଖୋଜିଲେଣି ସରକାର

ଭୁବନେଶ୍ବର : ଯେ କୌଣସି ମୁହୂର୍ତରେ ବଦଳିପାରନ୍ତି ଭୁବନେଶ୍ବର-କଟକ ଟ୍ବିନ୍ ସିଟି ପୁଲିସ କମିସନର ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି। ରାଜ୍ୟ ସରକାର ଶ୍ରୀ ମହାନ୍ତିଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେବେ। ପଦୋନ୍ନତି େବାର୍ଡ ତାଙ୍କ ନାମ ଉପରେ େମାହର ଲଗାଇ ସାରିଛନ୍ତି, କେବଳ ବିଜ୍ଞପ୍ତିକୁ ଅପେକ୍ଷା। ଏଥିସହିତ ଆଇପିଏସ୍ ସ୍ତରରେ ଏକ େଛାଟ ଧରଣର ଅଦଳବଦଳ କରାଯାଇପାରେ। ଏ ସଂକ୍ରାନ୍ତରେ ସରକାରୀ ପ୍ରକ୍ରିୟା ଆରମ୍ଭ େହାଇଛି। ରଥଯାତ୍ରା ପାଇଁ ପୁଲିସ ମହାନିର୍ଦେଶକ ଦାୟିତ୍ବ ବାଣ୍ଟିସାରିଥିବାରୁ ଏବେ ନୁହେଁ, ବରଂ ବିଧାନସଭା ଅଧିବେଶନ େଶଷ ପରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ପରିବର୍ତନ େହବ େବାଲି ସୂଚନା ମିଳିଛି।

ପୂର୍ବତନ ଡିଜି କନଵର ବ୍ରଜେଶ ସିଂହ ଅବସର େନବା ପରେ ଡିଜି ପାହ୍ୟାରେ ଥିବା େଗାଟିଏ ପଦ ଖାଲି ପଡିଛି। ଶ୍ରୀ ମହାନ୍ତି ଏହି ପାହ୍ୟାକୁ ଯିବେ। ଯେହେତୁ ଏଡିଜି (ଆଇଜି ପାହ୍ୟା ଅଫିସରଙ୍କୁ ସରକାର େଦଉନାହାନ୍ତି)ପାହ୍ୟାର ଅଫିସର କେବଳ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଉଛି, ଏଣୁ ଶ୍ରୀ ମହାନ୍ତି ପଦ ଛାଡ଼ିବା ଏକ ପ୍ରକାର ସ୍ପଷ୍ଟ େହାଇଯାଇଛି।

ଏଣୁ ସରକାର ପୁଲିସ କମିସନର୍‌ ପଦବି ପାଇଁ ଏଡିଜି ପାହ୍ୟାର ଅଧିକାରୀ େଖାଜିବା ଆରମ୍ଭ କରିଛନ୍ତି। ଚର୍ଚ୍ଚାରେ ବରିଷ୍ଠ ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ, ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି। ଏମାନଙ୍କ ବ୍ୟତୀତ ଭିଜିଲାନସ ନିେର୍ଦଶକ ଦେବାଶିଷ ପାଣିଗ୍ରାହୀ, କ୍ରାଇମବ୍ରାଞ୍ଚ ମୁଖିଆ ସନ୍ତୋଷ ଉପାଧ୍ୟାୟ, ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଓ ଏଡିଜି ଆରପି େକାଚେ, ଏଡିଜି ସୁଶାନ୍ତ ନାଥଙ୍କ ନାମ ଉପରେ ବିଚାର ଚାଲିଛି।

ଅନ୍ୟ େଗାଟିଏ ମହଲର କହିବା କଥା େହଉଛି, ଆଗକୁ େକନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇବେ। ରଥଯାତ୍ରା ପରିପ୍ରେକ୍ଷୀରେ ଯଦି ବର୍ତମାନ ପାଇଁ ନିଯୁକ୍ତିକୁ ଟାଳି ଦିଆଯାଏ, ତେବେ ସେ ପର୍ଯ୍ୟନ୍ତ ସରକାର ଅପେକ୍ଷା କରିପାରନ୍ତି। ଶ୍ରୀ ପ୍ରିୟଦର୍ଶୀ ଏହି ପଦ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ େହାଇପାରନ୍ତି।

ଉଲ୍ଲେଖଯୋଗ୍ୟ, ଆଗକୁ ଭୁବନେଶ୍ବର ଓ କଟକ ମହାନଗର ନିଗମ ନିର୍ବାଚନ ରହିଥିବା ପରିପ୍ରେକ୍ଷୀରେ ସରକାର ଜଣେ ପ୍ରଭାବଶାଳୀ ଅଫିସରଙ୍କୁ ଏହି ପଦବିରେ ନିଯୁକ୍ତି େଦବା ଲାଗି ଆଗ୍ରହ ରଖିଛନ୍ତି। ଏହା ବ୍ୟତୀତ େକନ୍ଦ୍ରୀୟ େଡପୁଟେସନରୁ େଫରିଥିବା ସଫିନ ଅହମ୍ମଦଙ୍କ ନିଯୁକ୍ତି ସଂପର୍କରେ ମଧ୍ୟ ସରକାର ବିଚାର କରିପାରନ୍ତି େବାଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର