ଭୁବନେଶ୍ବର : ମା’ର ବିକଳ୍ପ ନାହିଁ। ବୃତ୍ତିରେ ଜଣେ ଯେତେ କଠୋର ହେଲେ ବି ସେ ମା’ ପାଖରେ ହାର୍ ମାନିଯାଏ। ପରିସ୍ଥିତି ଯେତେ ଗମ୍ଭୀର ଥିଲେ ବି ସେ ଭାବପ୍ରବଣ ହୋଇପଡ଼େ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ସୋସିଆଲ ମିଡିଆ(ଟ୍ବିଟର)ରେ। ଏକ ସ୍ବତନ୍ତ୍ର ଅନୁଶାସନରେ ଟ୍ବିନ୍ ସିଟିକୁ ଶୃଙ୍ଖଳିତ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ପୁଲିସ କମିସନର ଭାବପ୍ରବଣ ହୋଇପଡ଼ିଛନ୍ତି। ପୁଅକୁ ଦେଖିବା ପାଇଁ ଅଫିସ୍ରେ ପହଞ୍ଚି ଯାଇଥିବା ନିଜ ମା’ଙ୍କ ସହ ଏକ ଭାବପ୍ରବଣ ମୁହୂର୍ତ୍ତର ଫଟୋକୁ ସେ ନିଜ ଟ୍ବିଟର୍ ଆକାଉଣ୍ଟରେ ଅପ୍ଲୋଡ୍ କରିଛନ୍ତି। ଯାହା ଉପରେ ଅଦ୍ୟାବଧି ୬ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି କମେଣ୍ଟ କରିଛନ୍ତି। ଆଉ ସମସ୍ତେ ମା’-ପୁଅଙ୍କର ଏହି ଫଟୋକୁ ନେଇ ଭାବପ୍ରବଣ ହୋଇପଡ଼ିଛନ୍ତି।
/sambad/media/post_attachments/wp-content/uploads/2020/01/commissioner-with-his-mother_2.jpg)
ମା’ର ଆଶୀର୍ବାଦ ପୁଅକୁ ବଳବାନ କରିଥାଏ, ମା’ଙ୍କ ଆଖିରେ ପୁଅକୁ ନେଇ ଗର୍ବ ଆମେ ଦେଖିପାରୁଛୁ। ଉଭୟ କଳା ଓ କଳାକାର ଗୋଟିଏ ଫ୍ରେମ୍ରେ, ମୋ ଚାକିରିର ପ୍ରଥମ ଦରମା ମା’ଙ୍କୁ ଦେବା କଥା ଏହି ଫଟୋ ମନେ ପକାଇ ଦେଉଛି; ଏହି ଫଟୋକୁ ନେଇ ଏଭଳି ଅନେକ ମନ୍ତବ୍ୟ ଫଟୋର ମର୍ଯ୍ୟାଦା ବୃଦ୍ଧି କରିଛି। କମିସନର ଟ୍ବିଟ୍ରେ ଲେଖିଛନ୍ତି, ‘ମା’ ମୋ ଅଫିସ୍ ଦେଖିବା ପାଇଁ ଆସିଥିଲେ, ଆଉ ଆପଣ ସମସ୍ତଙ୍କୁ ଆଶୀର୍ବାଦ ଦେଇଛନ୍ତି।’ ଅଦ୍ୟାବଧି ଏହି ଫଟୋକୁ ୬୪୨୦ ଲାଇକ୍ ମିଳିଥିବା ବେଳେ ୪୧୮ଟି ରି-ଟ୍ୱିଟ୍ ହୋଇଛି। ୬ଶହରୁ ଊର୍ଦ୍ଧ୍ବ କମେଣ୍ଟ ହୋଇଛି ଏବଂ ପ୍ରକ୍ରିୟା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Police-Commissioner-Photo-With-His-Mother_Thumbnail.jpg)