ଧଉଳି : ଦୃଷ୍ଟିବାଧିତ ପିଲାଙ୍କ ଜରିଆରେ ଚାନ୍ଦା ଆଦାୟ କରିବା ସହ ସେମାନଙ୍କ ସଂଗୃହୀତ ଅର୍ଥକୁ ହରଣଚାଲ କରୁଥିବା ଏକ ଅସାଧୁ ଗୋଷ୍ଠୀ ବିରୋଧରେ ଧଉଳି ଥାନାରେ ଅଭିଯୋଗ ହୋଇଛି। ଦୃଷ୍ଟିହୀନଙ୍କ ସୁରକ୍ଷା ପାଇଁ ଗଙ୍ଗୋତ୍ରୀ ନଗର ଲେନ୍-୧ର ଗୋ-ଇଣ୍ଡିଆ ଚାରିଟି ଫାଉଣ୍ଡେସନ୍ ପକ୍ଷରୁ ଆଜି ସଂଧ୍ୟାରେ ଏହି ଅଭିଯୋଗ ହୋଇଛି। ତେବେ ଏତଲା ଗ୍ରହଣ କରିଥିଲେ ମଧ୍ୟ ଶେଷ ଖବର ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି। ଅପରପକ୍ଷେ ଗିରଫଦାରୀ ଭୟରେ ଅଭିଯୁକ୍ତମାନେ ଫେରାର୍ ହୋଇଥିବା ଜଣାଯାଇଛି। ଫାଉଣ୍ଡେସନ୍ର ଅଭିଯୋଗ ଅନୁଯାୟୀ, ଇନ୍ଦିରା କଲୋନି ଅଞ୍ଚଳରେ ରହୁଥିବା ଏକ ଅସାଧୁ ଗୋଷ୍ଠୀ ଦୃଷ୍ଟିବାଧିତ ପିଲାଙ୍କ ସାହାଯ୍ୟରେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି। ବେନାମୀ ଅନୁଷ୍ଠାନ ଓ ଜାଲ୍ ରସିଦ୍ ସହାୟତାରେ ସେମାନେ ଏପରି ବେଆଇନ କାମ କରି ଆସୁଛନ୍ତି। ସଂଗୃହୀତ ଅର୍ଥର ସିଂହଭାଗ ଅର୍ଥ ନିଜେ ରଖି ଦୃଷ୍ଟିବାଧିତ ପିଲାଙ୍କୁ ଦିନକୁ ମାତ୍ର ୧ଶହ ଟଙ୍କା ଦେଉଛନ୍ତି। ଏହାର ପ୍ରତିବାଦ କରିବାରୁ ସେମାନେ ଧମକଚମକ ଦେଉଛନ୍ତି। ତେବେ ଗତ ୫ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ସେମାନେ ସଂଘବଦ୍ଧ ଭାବେ ଫାଉଣ୍ଡେସନ୍ର କାର୍ଯ୍ୟାଳୟ ଭିତରକୁ ପଶି ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ। ଏହାସହ ୩ଟି ଡୋନର୍ ଚେନ୍, ୩ଟି ପେନଡ୍ରାଇଭ୍ ଓ କିଛି ଅଫିସ୍ କାଗଜପତ୍ର ଲୁଟି ନେଇଥିଲେ। ଗଲା ବେଳେ ସୋମନେ ଥାନାରେ ଅଭିଯୋଗ ନକରିବାକୁ ଧମକ ବି ଦେଇଥିଲେ।
ଦୃଷ୍ଟିବାଧିତଙ୍କ ନାମରେ ଚାନ୍ଦା ଆଦାୟ ବିରୋଧରେ ଧଉଳି ଥାନାରେ ଅଭିଯୋଗ
/sambad/media/post_attachments/wp-content/uploads/2019/12/Dhauli-PS-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)