କରୋନା ଆକ୍ରାନ୍ତ ଏସ୍‌ଆଇଙ୍କ ଦେହାନ୍ତ

ଭୁବନେଶ୍ବର : ଏୟାର୍‌ପୋର୍ଟ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର୍ ପ୍ରେମାନନ୍ଦ କଅଁର କରୋନାରେ ଆକ୍ରାନ୍ତ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ ୭ ତାରିଖରେ ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଗତକାଲି ରାତିରେ ଏସ୍‌ଆଇ ଶ୍ରୀ କଅଁର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ। ଆଜି ତାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା। ସତ୍ୟନଗର ମଶାଣିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୃତଦେହ ସତ୍କାର ପୂର୍ବରୁ ତାଙ୍କୁ ସେଠାରେ ଆଜି ଦିନ ୧୨ଟାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସିଆଇଏସ୍‌ଏଫ୍ କମାଣ୍ଡାଣ୍ଟ୍ ସୁଧୀର କୁମାର ଓ ତାଙ୍କ ସାଥି କରୋନା ଯୋଦ୍ଧା ଶ୍ରୀ କଅଁରଙ୍କୁ ଗାର୍ଡ ଅଫର ଅନର୍ ଦେଇଥିଲେ।

ସମ୍ବନ୍ଧିତ ଖବର