ଭାଲେଣ୍ଟାଇନ୍ସ ଡେ : ସୁରକ୍ଷା ପାଇଁ ପାର୍କରେ ତାଲା ପକାଇଲା ପୁଲିସ, ୩୦ କଳିଙ୍ଗ ସେନା କର୍ମୀ ଅଟକ

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଉଛି। ତୋବେ ଭାଲେଣ୍ଟାଇନ୍ସ ଡେ ପାଳନକୁ ବିରୋଧ କରିଛି କଳିଙ୍ଗ ସେନା। ସେନା ପକ୍ଷରୁ ଭାଲେଣ୍ଟାଇନ୍ସ ଡେ ପାଳନ ଆଳରେ ସର୍ବସାଧାରଣ ସ୍ଥାନରେ କୌଣସି ପ୍ରକାର ଅନୈତିକ ଓ ଅଶ୍ଳୀଳ ଆଚରଣକୁ ବରଦାସ୍ତ କରାଯିବ ନାର୍ହିଁ ବୋଲି ଚେତାବନୀ ଦିଆଯାଇଥିବା ପରିପ୍ରେକ୍ଷିରେ ଆଜି ପୁଲିସ ପକ୍ଷରୁ ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି। ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ପୁଲିସ ବରମୁଣ୍ଡାସ୍ଥିତ କଳିଙ୍ଗସେନା ଅଫିସରୁ ୩୦ରୁ ଊର୍ଧ୍ୱ କଳିଙ୍ଗସେନା କର୍ମୀଙ୍କୁ ଉଠାଇ ଆଣି ରିଜର୍ଭ ପୁଲିସ ଲାଇନ୍‌ରେ ଅଟକ ରଖିଛି। ସେହିପରି ଯୁବପୀଢ଼ିଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପୁଲିସ ଆଜି ସକାଳୁ ଜୟଦେବ ବାଟିକା, ଇନ୍ଦିରାଗାନ୍ଧୀ ପାର୍କରେ ତାଲା ପକାଇ ଦେଇଛି। କେବଳ ସେତିକି ନୁହେଁ ବିଭିନ୍ନ ସପିଂ ମଲ ଓ ଅନ୍ୟନ୍ୟ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଯୁବ ପୀଢ଼ି ଏକାଠି ହେବାର ସମ୍ଭାବନା ରହିଛି, ସେଠାରେ ବ୍ୟାପକ ପୁଲିସ ମୂତୟନ କରାଯାଇଛି। କେବଳ ଭୁବନେଶ୍ୱରର ବିଭିନ୍ନ ସପିଂ ମଲ, ପାର୍କ ଓ ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା ପାଇଁ ୪ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର