ଥାନା ପରିଦର୍ଶନରେ ପୁଲିସ ଡିଜି ଓ କମିସନର୍, ଲୋକଙ୍କ ନିକଟତର ହେବାକୁ ଗୁରୁମନ୍ତ୍ର

ଇନ୍‌ଫୋଭ୍ୟାଲିରେ ତିଆରି ହେବାକୁ ଥିବା ନୂଆ ଥାନାର ଜାଗା ବୁଲିଲେ

ଭୁବନେଶ୍ବର : ଓଡ଼ିଶା ପୁଲିସ ଡିଜି ଅଭୟ ଓ ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଭୁବନେଶ୍ବରର ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି। ଏହା ସହିତ ବିଭିନ୍ନ ଥାନା ଅଧିକାରୀଙ୍କୁ ଲୋକଙ୍କ ସହ ଯୋଡ଼ି ହେବା ଓ ଭଲ ବ୍ୟବହାର ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଭିନ୍ନଭିନ୍ନ ଅଞ୍ଚଳର ଥାନାର ଆଇଆଇସିଙ୍କୁ ଅଲଗା ଅଲଗା ଉପଦେଶ ଦେଇଛନ୍ତି। ତମାଣ୍ଡୋ ଥାନାରେ ଲୋକଙ୍କ ସହ ନିକଟତର ହେବାକୁ ପରାମର୍ଶ ଦେବା ସହ ଥାନା ପରିସର ସଫା ସୁତୁରା ଓ ଭଲ କାମ କରିବାକୁ କହିଛନ୍ତି ଡିଜି ଓ ସିପି।

ସେହିଭଳି ଭରତପୁରରେ ମଦ ମାଫିଆଙ୍କୁ ସାବାଡ୍ କରିବା ସହିତ ବସ୍ତିବାସିନ୍ଦାଙ୍କ ସହ ଭଲ ସଂପର୍କ ରଖିବାକୁ ଏବଂ ଲକ୍‌ଡାଉନ୍‌ରେ ବଢ଼ୁଥିବା ଚୋରି ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ସେହିଭଳି ଖଣ୍ଡଗିରି ଥାନାରେ ମଧ୍ୟ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି ଦୁହେଁ ଇନ୍‌ଫୋଭ୍ୟାଲି ନିକଟରେ ହେବାକୁ ଥିବା ନୂଆ ଥାନା ଇନ୍‌ଫୋସିଟି-୨ର ପରିଦର୍ଶନ କରିବା ସହିତ ଲୋକଙ୍କ ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଛନ୍ତି। ଏହା ବ୍ୟତୀତ ଡିଜି ଓ ସିପି ଆଜି କ୍ୟାପିଟାଲ୍ ଓ ଏୟାରଫିଲ୍ଡ ଥାନା ମଧ୍ୟ ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର