ଖଣ୍ଡଗିରି/ବାରଙ୍ଗ: ଚନ୍ଦକା ଶିମିଳିପାଟଣା ଗାଁରେ ଭବାନୀ ପାଇକରାୟଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣର ଅଭିଯୁକ୍ତମାନେ ଏବେ ବି ଫେରାର୍ ଅଛନ୍ତି। ଚନ୍ଦକା ଥାନା ପୁଲିସ ଅଭିଯୁକ୍ତ ନିରଂଜନ ଶ୍ରୀଚନ୍ଦନ ଓ ପବିତ୍ର ରଣସିଂକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ପୁଲିସ କିଛି ସମ୍ଭାବ୍ୟ ସ୍ଥାନରେ ଚଢ଼ଉ କରି ବିଫଳ ହୋଇଛି। ଅଭିଯୁକ୍ତମାନଙ୍କ ଗିରଫରେ ବିଳମ୍ବ ହେଉଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି। ଚନ୍ଦକା ଥାନା ପୁଲିସ ସୂଚନାନୁସାରେ ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ସେମାନଙ୍କୁ ଗିରଫ କରିବା ପାଇଁ ଗଠିତ ଟିମ୍ ସେମାନଙ୍କ ପିଛାରେ ରହିଛି। ଏଣେ ଆକ୍ରମଣର ଶିକାର ହୋଇଥିବା ଭବାନୀଙ୍କ ଅବସ୍ଥାରେ କିଛିଟା ସୁଧାର ଆସିଥିବା ଜଣାପଡ଼ିଛି। ତାଙ୍କୁ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଓ ମୁଣ୍ଡରେ ଯେଉଁ ସମସ୍ୟା ଦେଖା ଦେଇଥିଲା, ସେଥିରେ ମଧ୍ୟ ସୁଧାର ଆସିଥିବା ଜଣାପଡ଼ିଛି। ସେମାନଙ୍କ ଭିତରେ ଥିବା ଶତୃତା ବାବଦରେ ପୁଲିସକୁ ମିଳିଥିବା ସୂଚନାନୁସାରେ ପୂର୍ବରୁ ଏକ ବିବାହ ଶୋଭାଯାତ୍ରାରେ ଘଟିଥିବା ଗଣ୍ଡଗୋଳ ହେଉଛି ବଡ଼ କାରଣ। ଗାଁରୁ ଏକ ବରଯାତ୍ରୀରେ ସେମାନେ ଏକାଠି ଆଠଗଡ଼ ଯାଇଥିବାବେଳେ ଭବାନୀ ଓ ନିରଂଜନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବରଯାତ୍ରୀରେ ନାଚୁଥିବାବେଳେ ଜଣେ ଯୁବକଙ୍କ ସହ ନିରଂଜନର ଠେଲାପେଲା ହୋଇଥିଲା। ଉକ୍ତ ଯୁବକଙ୍କ ସପକ୍ଷରେ ବାହାରି ଭବାନୀ କୁଆଡ଼େ ନିରଂଜନଙ୍କୁ ମାଡ଼ ମାରିଥିଲେ। ନିରଂଜନଙ୍କ ପକ୍ଷ ନେବାରୁ ପବିତ୍ରଙ୍କୁ ବି ଭବାନୀ ଠେଲାପେଲା କରିଥିଲେ। ନିଜ ଗାଁ ଭାଇ ହୋଇଥିବା ସତ୍ୱେ ଭବାନୀ ଜଣେ ଅନ୍ୟ ଗାଁର ଏକ ଯୁବକଙ୍କ ପାଇଁ ସେମାନଙ୍କୁ ମାଡ଼ ମାରିଲା ବୋଲି ନିରଂଜନ ଓ ପବିତ୍ର ରାଗ ରଖିଥିଲେ। ଏମିତିକି ସେମାନେ ଭବାନୀକୁ ହାଣିବେ ବୋଲି ଖୋଲା ଧମକ ଦେଇଥିଲେ। ଭବାନୀକୁ ଏକୁଟିଆ ପାଇବା ପାଇଁ ଜଗି ରହୁଥିଲେ।
ଭବାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ଅପରାଧୀଙ୍କୁ ପୁଲିସ ପାଉନି
/sambad/media/post_attachments/wp-content/uploads/2018/04/barang-hana-kata-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)