ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସୋମବାର ଅପରାହ୍‌ଣ ପ୍ରାୟ ୧ଟା ବେଳେ ଖଣ୍ଡଗିରି ଛକରେ ବେହୋସ୍ ହୋଇ ଟଳି ପଡ଼ିଥିବା ଯୁବତୀଙ୍କୁ ଉଦ୍ଧାର କରିଥିବା ଦୁଇ ଟ୍ରାଫିକ୍ କର୍ମଚାରୀଙ୍କୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଉଛନ୍ତି ହାବିଲଦାର ପ୍ରଦ୍ୟୁମ୍ନ ସାମନ୍ତରାୟ ଓ କନ୍‌ଷ୍ଟେବଲ୍‌ ତପନ ସାହୁ। କୌଣସି ଆମ୍ବୁଲାନ୍ସ କିମ୍ବା ପୁଲିସ ଭ୍ୟାନ୍‌କୁ ଅପେକ୍ଷା ନ କରି ଏକ ଅଟୋ ଭଡ଼ା କରି ସଂଜ୍ଞାହୀନ ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରି ଚିକିତ୍ସା ସେବା ଯୋଗାଇ ଦେଇଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ସେହିଭଳି ୨୧ ତାରିଖ ଦିନ ରାଜମହଲ ଛକରେ ଜଣେ ବରିଷ୍ଠ ନାଗରିକଙ୍କୁ ରାସ୍ତା ପାର୍‌ କରାଇ ଥିବା କ୍ୟାପିଟାଲ ଥାନାର କନ୍‌ଷ୍ଟେବଲ ରତ୍ନାକର ମାହପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର