ବଦଳିଲେ ୩୧ ସବ୍‌ଇନ୍ସପେକ୍ଟର୍‌, ଇନ୍ସପେକ୍ଟର ଖୁବ୍‌ ଶୀଘ୍ର

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବସିଥିବା କମିସନରେଟ୍‌ ପୁଲିସର ପିଇବି (ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ) ବୈଠକରେ ଇନ୍ସପେକ୍ଟର ଓ ଏସ୍‌ଆଇ(ସବ୍‌-ଇନ୍ସପେକ୍ଟର)ସ୍ତରରେ ଅଦଳବଦଳ ନେଇ ନିଷ୍ପତ୍ତି ହୋଇଛି। ଏହି ବଦଳି ତାଲିକାରେ କମିସନରେଟ୍‌ ପୁଲିସ ଅଞ୍ଚଳରେ ୩୧ଜଣ ଏସ୍‌ଆଇଙ୍କ ନାମ ରହିଛି। ଖୁବ୍‌ଶୀଘ୍ର ଇନ୍ସପେକ୍ଟରଙ୍କ ବଦଳି ତାଲିକା ପ୍ରକାଶ ପାଇବ।ଖାଲି ପଡ଼ିଥିବା ପଦ, ପ୍ରାଶାସନିକ ଆବଶ୍ୟକତା, ବ୍ୟକ୍ତିଗତ ଅନୁରୋଧ ଓ ଜନସେବାକୁ ଆଖି ଆଗରେ ରଖି ଏହି ଅଦଳବଦଳ କରାଯାଇଛି। ଅଦଳବଦଳ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଥିବା ୧୮ଜଣଙ୍କୁ ବିଭିନ୍ନ ଥାନା, ଫାଣ୍ଡି ଓ ବିଭିନ୍ନ ଉପବିଭାଗ ସହ କୋର୍ଟକୁ ବଦଳି କରାଯାଇଛି। ଅନ୍ୟ ୧୩ ଜଣଙ୍କୁ ବିଭିନ୍ନ ଥାନା/ଫାଣ୍ଡିରୁ ଅନ୍ୟ ଥାନା/ଫାଣ୍ଡିକୁ ବଦଳି କରାଯାଇଛି। ୧୩ଜଣ ଭୁବନେଶ୍ବରରୁ କଟକ ଯାଇଥିବା ବେଳେ କଟକରୁ ୬ ଜଣ ଭୁବନେଶ୍ବର ଆସିଛନ୍ତି। ପୂର୍ବରୁ ଓଡ଼ିଶା ପୁଲିସ ପକ୍ଷରୁ ଇନ୍‌ସ୍‌ପେକ୍ଟର୍‌ ଓ ଏସ୍‌ଆଇସ୍ତରରେ ଅଦଳବଦଳ ହୋଇଥିଲା।

ସମ୍ବନ୍ଧିତ ଖବର