ତାଲାବନ୍ଦ ସମୟରେ ରାସ୍ତାକୁ ବାହାରିଥିଲେ, କାରଣ ପଚାରିବାରୁ ନକଲି ପ୍ରମାଣପତ୍ର ଦେଖାଇ ତଣ୍ଡ ଗଣିଲେ

ଭୁବନେଶ୍ବର: ତାଲାବନ୍ଦ ବେଳେ ଯୁବକଙ୍କୁ ବାହାରକୁ ଆସିବା ମହଙ୍ଗା ପଡିଛି, ଗଣିବାକୁ ପଡ଼ିଛି ୫୦୦ ଟଙ୍କାର ଜରିମାନା। ଘଟଣାଟି ଏମିତି।  ରାଜଧାନୀରେ ଜଣେ ଯୁବକ  ତାଲାବନ୍ଦ କଟକଣା ଭିତରେ ଆସିଥିରେ ବାହାରକୁ । ଏପରି ସମୟରେ ଯାଞ୍ଚ ସମୟରେ ଧରାପଡିଥିଲେ କମିସନରେଟ୍ ପୁଲିସ ହାତରେ । ପୁଲିସ ଯେତେବେଳେ ଯୁବକଙ୍କୁ ବାହାରକୁ ଆସିବାର କାରଣ ପଚାରିଥିଲା ଯୁବକ ଜଣକ ଦେଖାଇଥିଲେ ଏକ ପ୍ରମାଣପତ୍ର ।

ତେବେ ଏହି ପ୍ରମାଣପତ୍ରଟି ନକଲି ବୋଲି ଜଣାପଡିବାରୁ ହଟହଟା ହେବାକୁ ପଡିଥିଲା ଯୁବକ ଜଣକୁ । ଶେଷରେ ପୁଲିସ  ୫ ଶହ ଟଙ୍କାର ଜରିମାନା କଷି ଚାଲାଣ  କାଟିଥିଲା  । ଆଜି ଦେଶରେ ତାଲାବନ୍ଦ ଲାଗୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛି । ବିନା କାରଣରେ ବାହାରକୁ ଆସୁଥିବା ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ କଠୋର ନୀତି ଆପଣାଉଛି ପୁଲିସ ।

ରାଜ୍ୟର ଅଧିକାଂଶ ସ୍ଥାନରେ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି ଏବଂ ବିନା କାରଣରେ ବାହାରକୁ ଆସିଥବାରୁ ବାଇକ୍ ସିଜ୍ କରାଯାଉଥିବାର ଖବର ମିଳିଛି। ଆଜି ସକାଳେ ବାହାରକୁ ବୁଲି ଆସିଥିବା ଜଣେ ବାଇକ୍ ଚାଳକଙ୍କର ବାଇକକୁ ଭୁବନେଶ୍ବରର ବିମାନ ବନ୍ଦର ଛକରେ ପୁଲିସ୍ ସିଜ୍ କରିଛି। ସେହି ବାଇକରେ ଦୁଇଜଣ ଯାଉଥିଲେ।ଠିକ୍ ସେହିପରି ବାଲେଶ୍ୱର ସହରରେ ବିନା କାରଣରେ ସହରରେ ବୁଲୁଥିବା ବାଇକ ଚାଳକଙ୍କୁ ଟ୍ରାଫିକ୍ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର