ବାଲିଅନ୍ତା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବାଲିଅନ୍ତା ଥାନା ଅଞ୍ଚଳରେ ଆଜି କମିସନରେଟ୍ ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ କରାଯାଇଥିଲା। ଉତ୍ତେଜନାପ୍ରବଣ ଅଞ୍ଚଳରେ ଥିବା ନିର୍ବାଚନ ବୁଥ୍ମାନଙ୍କରେ ଗଣ୍ଡଗୋଳ ଆାଙ୍କାରେ ପୁଲିସ ଫ୍ଲାଗ୍ମାର୍ଚ କରି ଲୋକଙ୍କୁ ସତର୍କ କରାଇଥିବା ଜଣାପଡ଼ିଛି। ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ନେତୃତ୍ବରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ଆଜି ଦିନସାରା ବିଭିନ୍ନ ପଞ୍ଚାୟତ, ଗାଁ ଏବଂ ପଡ଼ା ପରିକ୍ରମା କରିଥିଲେ। ଆଜି ପୂର୍ବାହ୍ନରେ ବେଣୁପୁର ଖେଳ ପଡ଼ିଆରୁ ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇଥିଲା। ବେଣୁପୁର ପରେ ଜୟଦେବ ପଞ୍ଚାୟତର ରାଉଳା, ଦେଉଳି, ଉପର ସାହି ଆନି ଗ୍ରାମରେ ଫ୍ଲାଗମାର୍ଚ କରାଯାଇଥିଲା।
ଏହାପରେ କାକରୁଦ୍ରପୁର ଏବଂ ଖମଙ୍ଗ ବଜାର, ଜଗନ୍ନାଥପୁର ଆଦି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ପରେ ପ୍ରତାପଶାସନ ପଞ୍ଚାୟତର ରଥିଜେମା, ୮୦ଘର ସାହି, ଚାରିମାଣିଆ, ୩୦ଘର, ପ୍ରତାପଶାସନ, ନୂଆସାହି, ବାଳକାଟି ବଜାର ଆଦି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ହୋଇଥିଲା। ସଂଧ୍ୟାରେ ପୂରଣପଧାନ ଏବଂ ବୁଦ୍ଧିପଡ଼ା ବଜାର, ସରକଣା ପଞ୍ଚାୟତର ସରକଣା ବଜାର, ବ୍ରାହ୍ମଣସୁଆଁଲୋ, ଭାରତିବାଗ, ରଣପୁର ମଲ୍ଲିକ ସାହି. ସାମନ୍ତରା ସାହି, ଲୁଣା, ଅଞ୍ଚିରା ଏବଂ କଇଁଜଙ୍ଗା ଫ୍ଲାଗମାର୍ଚ୍ଚ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ମମତାଜ ଅଲ୍ଲୀ ଖାନ, ଏସଆଇ ସୁଧୀର ଦାଶ, ତୃପ୍ତିମୟୀ ରାଉତଙ୍କ ସମେତ ଅନ୍ୟ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/fsfsfsfssfsfsf4654465.jpg)
