ବାଲିଅନ୍ତା : ଜୟଦେବ ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଛି। ନିର୍ବାଚନକୁ ଶୃଙ୍ଖଳାର ସହିତ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଆଜି ଫ୍ଲାଗ୍ମାର୍ଚ୍ଚ କରାଯାଇଥିଲା। ଥାନା ଅଧିକାରୀ ପ୍ରଦୀପ ରାଉତଙ୍କ ସୂଚନାନୁସାରେ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍କୁ ନେଇ ଗଠିତ ଜୟଦେବ ନିର୍ବାଚନମଣ୍ଡଳୀରେ ମୋଟ ୨୪୨ଟି ବୁଥ ରହିଛି। ସେଥିମଧ୍ୟରୁ ୧୦୦ଟି ବୁଥ ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି। ଏଠାରେ ଗଣ୍ଡଗୋଳ ଘଟିବାର ଆଶଙ୍କା ରହିଛି। ଏନେଇ ଆଜି ଦିନତମାମ ବିଭିନ୍ନ ପର୍ଯ୍ୟାୟରେ ଜୋନ୍-୪ ଏସିପି ଅମରେନ୍ଦ୍ର ପଣ୍ଡା ଓ ଶ୍ରୀ ରାଉତଙ୍କ ତତ୍ତ୍ବାବଧାନରେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ (୬୦) ସଂପୃକ୍ତ ରୁଟ୍ରେ ପ୍ଲାଗମାର୍ଚ୍ଚ ଥିଲେ। ଆସନ୍ତା କାଲି ଅପରାହ୍ଣରେ ବାଲିପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା ହେବାକୁ ଥିବାରୁ ପୁଲିସ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବାଲିଅନ୍ତା ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଜି ପୂର୍ବାହ୍ନରୁ ପାହାଳ ଛକରୁ ପ୍ଲାଗମାର୍ଚ ଆରମ୍ଭ ହୋଇଥିଲା। ଏହାପରେ ତ୍ରିନାଥବଜାର, ଜଗନ୍ନାଥପୁର, ବାଲିଅନ୍ତା ମୁଖ୍ୟ ବଜାର ଓ ସାଇଫନ୍ ଛକ, ଭିଙ୍ଗାରପୁର, ରଙ୍ଗବଜାର ଓ ବାଳକାଟି ଫାଣ୍ଡି ଅଞ୍ଚଳରେ ଫ୍ଲାଗମାର୍ଚ ହୋଇଥିଲା। ଆସନ୍ତାକାଲି ମଧ୍ୟ ଏହା ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଫ୍ଲାଗ୍ମାର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।
ଜୟଦେବରେ ୧୦୦ ବୁଥ୍ ଉତ୍ତେଜନାପ୍ରବଣ, ପୁଲିସର ଫ୍ଲାଗ୍ ମାର୍ଚ୍ଚ
/sambad/media/post_attachments/wp-content/uploads/2019/04/balianta-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)