ପୁରୁଣା ଭୁବନେଶ୍ୱର : ସୁନ୍ଦରପଦାରେ ଶୁକ୍ରବାର ଦିନ ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ କରାଯାଇଛି। ସୁନ୍ଦରପଦାରେ ପ୍ରତିବର୍ଷ ମକର ଉତ୍ସବ ବଡ଼ ଜାକଜକମରେ ପାଳିତ ହୋଇଥାଏ। ତେବେ ସରକାରଙ୍କ କୋଭିଡ୍ କଟକଣା ବଳବତ୍ତର ଥିବାରୁ କେଉଁଠାରେ ଯେମିତି ଭିଡ଼ ନ ହୁଏ, ତାହା ସୁନିଶ୍ଚିତ କରାଇବା ପାଇଁ ଶୁକ୍ରବାର ଦିନ ପୁଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ଅପରପକ୍ଷେ କିଛି ଦିନ ତଳେ ସୁନ୍ଦରପଦା ହଜ୍ ପୋଖରୀ ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିଲା। ସେହି ଘଟଣାକୁ ନେଇ ଏବେ ବି କପିଳପ୍ରସାଦ ଓ ସୁନ୍ଦରପଦା ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଏହି ଫ୍ଲାଗମାର୍ଚ ଜରିଆରେ ପୁଲିସ ଅସାମାଜିକ ତତ୍ତ୍ବଙ୍କୁ ଚେତାବନୀ ଦେଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/police-ad.jpg)