ଧଉଳି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଧଉଳି ଥାନା ଅଧୀନ ଅତ୍ୟଧିକ ଉତ୍ତେଜନାପ୍ରବଣ ବୁଥ୍ଗୁଡ଼ିକରେ ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ କରାଯାଇଥିଲା। ଅତିରିକ୍ତ ଡିସିପି ପି.କେ ପାଲ ଓ ଜୋନ୍-୨ ଏସିପି ଅନିରୁଦ୍ଧ ରାଉତରାୟ ଏବଂ ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ଫୋର୍ସ ଶିଶୁପାଳଗଡ଼ ପଞ୍ଚାୟତରୁ ଫ୍ଲାଗ୍ମାର୍ଚ କରିଥିଲେ। ପରେ ଇଟିପୁର ପଞ୍ଚାୟତ ଏବଂ ଟିକରପଡ଼ା ପଞ୍ଚାୟତ ଅଞ୍ଚଳର ଉତ୍ତେଜନାପ୍ରବଣ ବୁଥ୍ଗୁଡ଼ିକରେ ଫ୍ଲାଗ୍ମାର୍ଚ କରାଯାଇଥିଲା।
/sambad/media/post_attachments/wp-content/uploads/2019/04/knife-aattack.jpg)
ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ରାଧାମୋହନପୁରରେ ବୁଲିଲା ଖଣ୍ଡା
ଧଉଳି : ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଦାବି କରି କିଛି ଉନ୍ମତ୍ତ ଯୁବକ ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଛି। ଇଟିପୁର ପଞ୍ଚାୟତ ଅଧୀନ ରାଧାମୋହନପୁରରେ ଗତରାତିରେ ଏହି ଘଟଣା ଘଟିଛି। ଏହାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତଜଣଙ୍କ ଫେରାର୍ ହୋଇଯାଇଥିଲା। ସୂଚନାନୁଯାୟୀ, ଗତ ରାତି ପ୍ରାୟ ୧୧ଟାରେ ଅସନ୍ତୁଷ୍ଟ ଗୋଷ୍ଠୀର କିଛି କର୍ମୀ ନିଶାଗ୍ରସ୍ତ ଅବସ୍ଥାରେ ଆସି ଗାଁ ଦାଣ୍ଡରେ ଆତଙ୍କ ଖେଳାଇଥିଲେ। ଉଚ୍ଚଶବ୍ଦରେ ପାଟିତୁଣ୍ଡ କରିବା ସହ ଖଣ୍ଡା ବୁଲାଇ ଲୋକଙ୍କୁ ଧମକଚମକ ଦେଇଥିଲେ। ଆମ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ନ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ଯୁବକମାନେ ପ୍ରତି ରାତିରେ ଗାଁରେ ଅପ୍ରୀତିକର ପରସ୍ଥିତି ସୃଷ୍ଟି କରୁଛନ୍ତି। ପ୍ରତିବାଦ କଲେ ଲୋକଙ୍କୁ ହତ୍ୟା ଧମକ ଦେଉଛନ୍ତି। ତେଣୁ ଧଉଳି ଥାନାଧିକାରୀ ଓ ପୁଲିସ୍ କମିସନର୍ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ପୌର ନିର୍ବାଚନ ପୂର୍ବରୁ ଦାବି ପୂରଣ ନହେଲେ ଚକା ଜାମ୍
ଭୁବନେଶ୍ୱର : ପୌର ନିର୍ବାଚନ ପୂର୍ବରୁ ଦାବି ପୂରଣ ନହେଲେ ଚକା ଜାମ୍ ପାଇଁ ଚେତାବନୀ ଦେଇଛି ଓଡ଼ିଶା ମୋଟର ଚାଳକ ସଂଘ। ଆଜି ଫରେଷ୍ଟ ପାର୍କ ନିକଟସ୍ଥ ସଂଘ କାର୍ଯ୍ୟାଳୟରେ ସଂଘର ସାଧାରଣ ସଭାରେ ମୋଟର ଚାଳମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଚାଳକମାନଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ, ସମସ୍ତ ମୋଟର କର୍ମଚାରୀମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ, ଇପିଏଫ୍ ବ୍ୟବସ୍ଥା, ମୋଟର କର୍ମଚାରୀମାନଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ବିବେଚନା କରାଯିବା ସହ ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଅନ୍ତର୍ଭୁକ୍ତ କରିବା ଆଦି ବିଭିନ୍ନ ଦାବି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ବହୁ ବାର ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଆଗାମୀ ପୌର ନିର୍ବାଚନ ପୂର୍ବରୁ ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ମୋଟର କର୍ମଚାରୀ ରାଜ୍ୟରେ ଚକା ଜାମ୍ କରି ପ୍ରତିବାଦ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସଭାରେ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା, ସୁରେନ୍ଦ୍ର କୁମାର ସ୍ବାଇଁ, ବରିଷ୍ଠ ସାମ୍ବାଦିକ କାଳୀଚରଣ, ସଂଘର ରାଜ୍ୟ ସଭାପତି ଅକ୍ଷୟ ନାୟକ, ସମ୍ପାଦକ ମେହେଟ୍ଟା ଦିଗାଲ, ଦେବେନ୍ଦ୍ର ବେହେରା, ବିଦ୍ୟାଧର ପ୍ରଧାନ, ତାରା ପ୍ରସାଦ ଷଡ଼ଙ୍ଗୀ, ବିରଞ୍ଚି ନାରାୟଣ କର, ରଞ୍ଜିତ କୁମାର ସାହୁ, ନିଶିକାନ୍ତ ପଣ୍ଡା, କବିରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।