ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ ଚଳାଇଥିବା ଛାତ୍ର ଆଜି ଲୋୟର ପିଏମଜିରେ ରାଜରାସ୍ତାରେ ବିକ୍ଷୋଭ କରିଥିଲେ। ଆନ୍ଦୋଳନକାରୀ ଛାତ୍ର ବିଧାନସଭା ଅଭିମୁଖେ ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇଥିଲା। ଛାତ୍ର ଏକତ୍ରିତ ହୋଇ ଯାଉଥିବା ବେଳେ କୋଭିଡ୍ ସଂକ୍ରମଣର ଭୟ ଦେଖା ଦେଇଥିଲା। ତେଣୁ ପୁଲିସ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ଛାତ୍ରମାନଙ୍କୁ କାବୁ କରିଥିଲେ। ୧୦ରୁ ୧୨ ଜଣ ପୁଲିସ କର୍ମଚାରୀ ପିପିଇ କିଟ୍ ପିନ୍ଧିଥିଲେ। ଆନ୍ଦୋଳନକାରୀ ଛାତ୍ରଙ୍କୁ କାବୁ କରିବା ସହ ଅଟକାଇବା ପାଇଁ ବେଶ୍ ସହାୟକ ହୋଇଥିଲା। ପୂର୍ବରୁ ସବୁ ଥାନାକୁ ପିପିଇ କିଟ୍ ଦିଆଯାଇଛି। କିନ୍ତୁ ଏହାକୁ ପିନ୍ଧି କାମ କରିବା କଷ୍ଟକର ହୋଇଥିବାରୁ ପୂର୍ବରୁ ଏଭଳି ପ୍ରୟାସ କେହି କରି ନ ଥିଲେ।
ପିପିଇ କିଟ୍ ପିନ୍ଧି ବିକ୍ଷୋଭକାରୀଙ୍କୁ କାବୁ କଲା ପୁଲିସ
/sambad/media/post_attachments/wp-content/uploads/2021/04/56d4g5a4d56g4ad56gggggggggggggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)