ଭୁବନେଶ୍ବର: ଲଘୁ ଇଣ୍ଡିଆ ଭାରତର ରାଜ୍ୟ ସଭାପତି ତପନ ସ୍ବାଇଁଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ପୁଲିସ ଅପରାଧୀଙ୍କୁ ଗିରଫ କରିପାରିନାହିଁ। ଘଟଣାର ଦୁଇଦିନ ପରେ ବି ପୁଲିସ ହାତ ଖାଲି ରହିଛି। ରସୁଲଗଡ଼ ଶିଳ୍ପାଞ୍ଚଳର କିଛି ସିସିଟିଭି ଫୁଟେଜ୍ ଖୋଜିବାକୁ ଯାଇ ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଗତକାଲି ବ୍ୟବସାୟୀ ତପନ ସ୍ବାଇଁ ନିଜ କାର୍ରେ ଘରକୁ ଫେରୁଥିଲେ। ସେ ତାଙ୍କ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ପହଞ୍ଚିଥିବା ବେଳେ କିଛି ଦୁର୍ବୃତ୍ତ ଅଯଥା ଝଗଡ଼ା କରି ତାଙ୍କୁ ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଗାଡ଼ି ସାଇଡ୍ମରା ଆଳ ଦେଖାଇ ତାଙ୍କୁ ଆକ୍ରମଣ କରିଛନ୍ତି। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଏବଂ କେହି ସେମାନଙ୍କୁ ଏଥିପାଇଁ ନିୟୋଜିତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣା ପରେ ବ୍ୟବସାୟୀମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସର ଦୁର୍ବଳ ପାଟ୍ରୋଲିଂ ପାଇଁ ଏମିତି ଘଟୁଛି ବୋଲି ଅଭିଯୋଗ ହୋଇଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp