ମଦ ପିଇ ରାସ୍ତାରେ ଶୋଇଥିବା ପୁଲିସ ବାବୁ ନିଲମ୍ବିତ

ଭୁବନେଶ୍ୱର : ମଦ ପିଇ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଶୋଇଥିବା କମିସନରେଟ୍‌ ପୁଲିସର ଜଣେ ଏଏସ୍‌ଆଇ ର‍୍ୟାଙ୍କର ଅଫିସର ବନମାଳୀ ଭୋଇଙ୍କୁ ଆଜି ଚାକିରିରୁ ନିଲମ୍ବନ କରାଯାଇଛି। ଜଣେ ପୁଲିସ ଅଫିସର ଭାବେ ନିୟମ ଉଲଂଘନ କରିବା ଓ କାର୍ଯ୍ୟରେ ଅବହେଳା କରିବା ନେଇ ତାଙ୍କୁ ଆଜି ଡିସିପି ସତ୍ୟବ୍ରତ ଭୋଇ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ପ୍ରକାଶ ଥାଉ କି, ଏଏସ୍‌ଆଇ ବନମାଳୀ ସହିଦନଗର ଥାନାରେ କାର୍ଯ୍ୟ କରୁଥିଲେ। ତେବେ କିଛିଦିନ ତଳେ ବନମାଳୀ ପ୍ରଚୁର ପରିମାଣର ମଦ୍ୟପାନ କରି ନିକୋପାର୍କ ରାସ୍ତାରେ ଶୋଇଥିଲେ। ଏପରିକି ତାଙ୍କର ଚେତା ମଧ୍ୟ ନ ଥିଲା। ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମୁହଁରେ ପାଣି ଛାଟିବା ପରେ ତାଙ୍କ ଚେତା ଫେରିଥିଲା। ଖବର ପାଇ ପିସିଆର ଭ୍ୟାନ୍‌ ତାଙ୍କୁ ସେଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ତେବେ ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ଘଟଣା ବିଷୟରେ ଜାଣିବା ପରେ ତଦନ୍ତ ପାଇଁ ଡିସିପିଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର