ଚନ୍ଦ୍ରଶେଖରପୁର : କାନନ ବିହାର ଫେଜ୍-୧, ଏଚ୍ଆଇଜି-୧୬୪ରେ ଭଡ଼ାରେ ରହୁଥିବା ଅବସରପ୍ରାସ୍ତ ସୈନିକ ସୁଧାକର ଦାସ ଓ ତାଙ୍କ ପରିବାରଲୋକଙ୍କ ହାତ, ଗୋଡ଼ ବାନ୍ଧି ଘରୁ ସବୁକିଛି ଲୁଟ୍ କରି ନେଇଥିବା ୧୫ଜଣିଆ ଡକାୟତି ଗ୍ୟାଙ୍ଗର ସୁରାକ୍ ପାଉନି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ୩ଟି ବସ୍ତି ଅଞ୍ଚଳରେ ରହୁଥିବା କିଛି ଅଭ୍ୟାସଗତ ଲୁଟେରାଙ୍କ ଠିକଣାରେ ଚଢ଼ଉ କରି ଆଜି ଖାଲି ହାତରେ ଫେରିଛି ପୁଲିସ। ତେବେ ଡିସିପି ଅନୁପ ସାହୁଙ୍କ ଅନୁମତିକ୍ରମେ ଏହି ଘଟଣାର ତଦନ୍ତ କରାଯିବା ନେଇ ସ୍ବତନ୍ତ୍ର ଏକ ଟିମ୍ ଗଠନ କରାଯାଇଛି। ଉକ୍ତ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍କୁ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି। ଏହାବ୍ୟତୀତ ଚୋରି ହୋଇଥିବା ୭ଟି ମୋବାଇଲ୍କୁ ମଧ୍ୟ ଟ୍ରାକ୍ କରାଯାଉଛି। ଆଜି ଏହି ଦଳ ପୁଣିଥରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସ୍ କେବଳ ଅନ୍ଧାରରେ ବାଡ଼ି ବୁଲାଉଥିବା ଜଣାପଡ଼ିଛି। ଅପରପକ୍ଷେ ତନାଘନା ଚାଲିଛି ଓ ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଜୋନ୍ ଏସିପି ତରୁଣକାନ୍ତ ଦାସ କହିଛନ୍ତି। ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଡକାୟତମାନଙ୍କ ଛବି ନିକଟରେ ଥିବା ସିସି ଫୁଟେଜ୍ରେ କଏଦ୍ ହୋଇଛି, କିନ୍ତୁ ଚେହେରା ସ୍ପଷ୍ଟ ଦେଖା ଯାଉ ନଥିବାରୁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଉଛି। ସିସିଟିଭିରେ କଏଦ୍ ହୋଇଥିବା ଦୃଶ୍ୟରୁ ସ୍ପଷ୍ଟ ଜଣାଯାଉଛି ଯେ ଡକାୟତମାନେ ରାତି ପ୍ରାୟ ୨ଟା ବେଳେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରି ୩ଟା ବେଳକୁ ସୁଧାକରଙ୍କ ଘରେ ପଶିଥିଲେ। ଘରେ ଲୁଟପାଟ କରି ଭୋର୍ ସାଢ଼େ ୫ଟାରେ ସମସ୍ତ ଲୁଟ୍ ସାମଗ୍ରୀ ଧରି ବହାରକୁ ବାହାରିଥିଲେ। କିନ୍ତୁ କୌଣସି ଜଣଙ୍କର ଚେହେରା ସଠିକ୍ ଭାବେ ଦେଖାଯାଉନଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୁଲିସ ପକ୍ଷେ କଷ୍ଟସାଧ୍ୟ ହୋଇଥିବା ଜଣାଯାଇଛି।
ହାତ, ଗୋଡ଼ ବାନ୍ଧି ଲୁଟ୍ ଘଟଣା
୩ ସ୍ଥାନରେ ଚଢ଼ଉ, ସୁରାକ୍ ପାଉନି ପୁଲିସ୍
/sambad/media/post_attachments/wp-content/uploads/2019/02/police-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)